ଦଣ୍ଡନାଚରେ ଭାଗ ନ ନେବାରୁ ଗାଁରୁ ବାସନ୍ଦ

ନରସିଂହପୁର(ବଡ଼ ଖବର ବ୍ୟୁରୋ): ଦଣ୍ଡନାଚରେ ଭାଗ ନ ନେବାରୁ ପରିବାରକୁ ଗାଁରୁ ବାସନ୍ଦ । ଏଭଳି ଘଟଣା ଘଟିଛି ନରସିଂହପୁର ବ୍ଲକ ଯୋଡୁମ ଥାନା ସାନଗାଁ ଗ୍ରାମରେ । ପାରମ୍ପରିକ ଦଣ୍ଡନୃତ୍ୟରେ ଭାଗ ନ ନେବାରୁ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳକ ପରିବାରକୁ ଗ୍ରାମରୁ ବାସନ୍ଦ କରାଯାଇଛି। ଏହି ଘଟଣାକୁ ନେଇ ନାବାଳକ ପରିବାର ପକ୍ଷରୁ ଯୋଡୁମ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି ।

ସୂଚନାନୁଯାୟୀ ପ୍ରତିବର୍ଷ ପରି ଚଳିତ ବର୍ଷ ଗ୍ରାମରେ ଚୈତ୍ର ମାସରେ ଦଣ୍ଡ ନୃତ୍ୟ ହୋଇଥାଏ। ଉକ୍ତ ଅନୁଷ୍ଠାନର କର୍ମକର୍ତ୍ତା ମାନସ ରଞ୍ଜନ ସାହୁ, ବାସୁଦେବ ସାମଲ, ସୁବଳ ପ୍ରଧାନ, ବନୋଜ ପ୍ରଧାନ, ରଞ୍ଜନ ସାହୁ ପ୍ରମୁଖ ମିଶି ଗ୍ରାମର ପ୍ରତାପ କୁମାର ପ୍ରଧାନଙ୍କ ପୁଅକୁ ଦଣ୍ଡନାଚରେ ନୃତ୍ୟ କରିବା ପାଇଁ କହିଥିଲେ । କିନ୍ତୁ ସେ ସେଥିରେ ଭାଗ ନ ନେବାରୁ ଗ୍ରାମରୁ ବାସନ୍ଦ କରିବା ପାଇଁ ଧମକ ଦେଇଥିଲେ । ଯାହାକୁ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’