Before Header

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟ

ନିଳାଦ୍ରିପ୍ରସାଦ ପଞ୍ଚାୟତ ମାଳପୁଞ୍ଜିଆମା ଗ୍ରାମରେ ହାତୀ ଆକ୍ରମଣରେ୨୭ବର୍ଷୀୟା ମହିଳାଙ୍କ ମୃତ୍ୟ

0 29

ବାଣପୁର(ବଡଖବର ବ୍ୟୁରୋ):ନିଳାଦ୍ରିପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ମାଳପୁଞ୍ଜିଆମା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ୨୭ ବର୍ଷୀୟା ମହିଳାଙ୍କର ମୃତ୍ୟ ହୋଇଛି । ମହିଳା ଜଣକ ହେଉଛନ୍ତି ରଂଜନା ପ୍ରଧାନ ।

ରଂଜନା ଗାଁ ନିକଟସ୍ତ ରାସ୍ତାରେ ଶୌଚ କରିବା ପାଇଁ ଯାଉଥିବା ସମୟରେ ହଠାତ ହାତୀ ଆକ୍ରମଣ କରିବା ଦ୍ୱାରା ଘଟଣାସ୍ଥଳରେ ରଂଜନାଙ୍କର ମୃତ୍ୟ ହୋଇଥିଲା ।

ପ୍ରଥମେ ତାଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ ସ୍ୱାମୀ ପାଣ୍ଡବ ପ୍ରଧାନ ତଥା ବନବିଭାଗ କର୍ମଚାରୀଙ୍କ ସହଯୋଗରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.