ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଗାମୀ ନିର୍ବାଚନକୁ ଆରମ୍ଭ ହୋଇଛି ବୟାନବାଜି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯଦି ବିଜେପି ସରକାର ପୁନର୍ବାର କ୍ଷମତାକୁ ଆସନ୍ତି, ମୁଁ ଭାବୁନାହିଁ ଏଠାରେ ଗଣତନ୍ତ୍ର ବଞ୍ଚିବ। ସାଧାରଣ ଲୋକ ହିଁ ଗଣତନ୍ତ୍ରକୁ ରକ୍ଷା କରିବେ। ରାଜ୍ୟ ସଭା ସଦସ୍ୟ ତଥା ସାମନାର କାର୍ଯ୍ୟନିର୍ବାହୀ ସଂପାଦକ ସଞ୍ଜୟ ରାଉତଙ୍କ ସହ ଏକ ସାକ୍ଷାତକାରରେ ବିଭିନ୍ନ ପ୍ରସଙ୍ଗ ସହ ମହାରାଷ୍ଟ୍ର ଏବଂ ଭାରତର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି।