Masthead

ଚାନ୍ଦବାଲିରେ ନିମ୍ନ ମାନର ଛତୁଆ ଯୋଗାଣ ଅଭିଯୋଗ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ବ୍ଳକରେ ନିମ୍ନ ମାନର ଛତୁଆ ଯୋଗାଣ ଅଭିଯୋଗ । ତଦନ୍ତ ଦାବିକରି ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ମହିଳା । ରାଜ୍ୟ ଓ କେନ୍ଦ୍ର ସରକାର ଗର୍ଭବତୀ ଓ କୋମଳମତି ଶିଶୁ ମାନଙ୍କ ପାଇଁ ଉନ୍ନତ ମାନର ଶୁଖିଲା ଖାଦ୍ୟ ଯୋଗାଇ ଦେଉଥିବା ବେଳେ କିଛି ଅସାଧୁ ଯୋଗାଣକାରୀ ସଂସ୍ଥା ନିମ୍ନ ମାନର ଖାଦ୍ୟ ଯୋଗାଉ ଥିବାର ଅଭିଯୋଗ ହୋଇଛି । ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ୪ନମ୍ବର ୱାର୍ଡରୁ ,ଗର୍ଭବତୀ ମହିଳା ଓ ଶିଶୁଙ୍କୁ ବଣ୍ଟନ ହଉଥିବା ଛତୁଆ ରେ ପୋକ ସାଲୁ ବାଲୁ ଦେଖିବାକୁ ମିଳିଛି । ଶୁକ୍ରବାର ଦିନ କିଛି ମହିଳା ଅଙ୍ଗନବାଡି ସମ୍ମୁଖରେ ଛତୁଆ ପେକେଟ ଚିରି ତାକୁ ଚାଲୁଣିରେ ଚଲାଇ ଦେଖିବା ବେଳକୁ ସେଥିରେ ପୋକ ସାଲୁ ବାଲୁ ଛତୁଆ ଦେଖିବା ପାଇଁ ପାଇଥିଲେ । କୋମଳମତୀ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କୁ ଏତେ ନିମ୍ମମାନରେ ଛତୁଆ ପ୍ରଦାନ କରାଯାଉଛି ସେ ନେଇ ଚାନ୍ଦବାଲି ବିଡ଼ିଓ ଅସିତ କୁମାର ମହାନ୍ତିଙ୍କୁ ଭେଟି ବ୍ଳକ ପରିସରରେ ଛତୁଆ ଢାଳି ଦେଖେଇବା ସହ ଛତୁଆ ପ୍ରଦାନ କରୁଥିବା ମା ବାସୁଳି ମଣ୍ଡଳକୁ ତୁରନ୍ତ ଛତୁଆ ବଣ୍ଟନରୁ ନିବୃତ କରିବାକୁ ଦାବି କରିଥିଲେ । ଛତୁଆ ପ୍ୟାକିଙ୍ଗ ସମୟରେ ସୁପରଭାଇଜର ଓ ବ୍ଲକ ମିଶନ ଶକ୍ତି ସଂଯୋଜକ ଉପସ୍ଥିତ ରହିବାକୁ ଆଦେଶ ଥିବାବେଳେ ସେମାନେ ଅନୁପସ୍ଥିତ ରାଗୁଥିବା ଅଭିଯୋଗ କରଛିନ୍ତି । ମହିଳାମାନେ ଏ ନେଇ ମା ବାସୁଳି ଏସ ଏଚ ଜି ନାମରେ ଚାନ୍ଦବାଲି ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର