Masthead

ଚାନ୍ଦବାଲିରେ ନିମ୍ନ ମାନର ଛତୁଆ ଯୋଗାଣ ଅଭିଯୋଗ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ବ୍ଳକରେ ନିମ୍ନ ମାନର ଛତୁଆ ଯୋଗାଣ ଅଭିଯୋଗ । ତଦନ୍ତ ଦାବିକରି ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ମହିଳା । ରାଜ୍ୟ ଓ କେନ୍ଦ୍ର ସରକାର ଗର୍ଭବତୀ ଓ କୋମଳମତି ଶିଶୁ ମାନଙ୍କ ପାଇଁ ଉନ୍ନତ ମାନର ଶୁଖିଲା ଖାଦ୍ୟ ଯୋଗାଇ ଦେଉଥିବା ବେଳେ କିଛି ଅସାଧୁ ଯୋଗାଣକାରୀ ସଂସ୍ଥା ନିମ୍ନ ମାନର ଖାଦ୍ୟ ଯୋଗାଉ ଥିବାର ଅଭିଯୋଗ ହୋଇଛି । ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ୪ନମ୍ବର ୱାର୍ଡରୁ ,ଗର୍ଭବତୀ ମହିଳା ଓ ଶିଶୁଙ୍କୁ ବଣ୍ଟନ ହଉଥିବା ଛତୁଆ ରେ ପୋକ ସାଲୁ ବାଲୁ ଦେଖିବାକୁ ମିଳିଛି । ଶୁକ୍ରବାର ଦିନ କିଛି ମହିଳା ଅଙ୍ଗନବାଡି ସମ୍ମୁଖରେ ଛତୁଆ ପେକେଟ ଚିରି ତାକୁ ଚାଲୁଣିରେ ଚଲାଇ ଦେଖିବା ବେଳକୁ ସେଥିରେ ପୋକ ସାଲୁ ବାଲୁ ଛତୁଆ ଦେଖିବା ପାଇଁ ପାଇଥିଲେ । କୋମଳମତୀ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କୁ ଏତେ ନିମ୍ମମାନରେ ଛତୁଆ ପ୍ରଦାନ କରାଯାଉଛି ସେ ନେଇ ଚାନ୍ଦବାଲି ବିଡ଼ିଓ ଅସିତ କୁମାର ମହାନ୍ତିଙ୍କୁ ଭେଟି ବ୍ଳକ ପରିସରରେ ଛତୁଆ ଢାଳି ଦେଖେଇବା ସହ ଛତୁଆ ପ୍ରଦାନ କରୁଥିବା ମା ବାସୁଳି ମଣ୍ଡଳକୁ ତୁରନ୍ତ ଛତୁଆ ବଣ୍ଟନରୁ ନିବୃତ କରିବାକୁ ଦାବି କରିଥିଲେ । ଛତୁଆ ପ୍ୟାକିଙ୍ଗ ସମୟରେ ସୁପରଭାଇଜର ଓ ବ୍ଲକ ମିଶନ ଶକ୍ତି ସଂଯୋଜକ ଉପସ୍ଥିତ ରହିବାକୁ ଆଦେଶ ଥିବାବେଳେ ସେମାନେ ଅନୁପସ୍ଥିତ ରାଗୁଥିବା ଅଭିଯୋଗ କରଛିନ୍ତି । ମହିଳାମାନେ ଏ ନେଇ ମା ବାସୁଳି ଏସ ଏଚ ଜି ନାମରେ ଚାନ୍ଦବାଲି ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି