Masthead

୨୦୦୩ ପୂର୍ବରୁ ମଧ୍ୟପ୍ରଦେଶରେ ‘ଲାପତ୍ତା ସରକାର’ ଥିଲା: ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ମଧ୍ୟପ୍ରଦେଶ । ସମସ୍ତ ଦଳ ନିଜର ସମାବେଶକୁ ଜୋରଦାର କରିଛନ୍ତି। ଷ୍ଟାର ପ୍ରଚାରକମାନେ କ୍ରମାଗତ ଭାବରେ ବୈଠକ କରୁଛନ୍ତି। ଏହାରି ଭିତରେ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଏବଂ ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବାଗ୍‌ଯୁଦ୍ଧ । ଦିଗ୍‌ବିଜୟ ସିଂହ କହିଛନ୍ତି, ମୁଁ ଆଶା କରି ନ ଥିଲି ସିନ୍ଧିଆ ପରିବାରର ଏପରି ଜଣେ ରାଜା କଂଗ୍ରେସ ପ୍ରତି ଏହିପରି ବିଶ୍ୱାସଘାତକତା କରିବେ।

କଂଗ୍ରେସ ତାଙ୍କୁ କ’ଣ ଦେଇ ନ ଥିଲା। ସର୍ବପ୍ରଥମେ ଦଳ ମହାରାଜା ମାଧବ ରାଓ ସିନ୍ଧିଆଙ୍କୁ ଗୁନାର ଏମପି କରିଥିଲେ। ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ତାଙ୍କୁ ମନ୍ତ୍ରୀ କରି ସମ୍ମାନ ପ୍ରଦାନ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ କଂଗ୍ରେସରେ ଯୋଗ ଦେଇ ତାଙ୍କୁ ଦୁଇଥର ଏମପି ଏବଂ ପରେ ମନ୍ତ୍ରୀ ହୋଇଥିଲେ। ତେବେ ସେ କଂଗ୍ରେସ ଛାଡିବାର କାରଣ କ’ଣ ଥିଲା? ସେପଟେ ସିନ୍ଧିଆ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି କହିଛନ୍ତି, ମଧ୍ୟପ୍ରଦେଶରେ ଦିଗ୍‌ବିଜୟ ସିଂହଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ରାଜ୍ୟରେ କୌଣସି ବିକାଶ ଆଣିବାରେ ବିଫଳ ହୋଇଥିଲା।

୨୦୦୩ ପୂର୍ବରୁ ମଧ୍ୟପ୍ରଦେଶରେ ‘ଲାପତ୍ତା ସରକାର’ ଥିଲା। ନା ରାସ୍ତା ଥିଲା ନା ବିଜୁଳି, ନା ଲୋକଙ୍କ ପାଖରେ ପାଣି ପହଞ୍ଚୁଥିଲା ବୋଲି ରାଇସେନରେ ଏକ ନିର୍ବାଚନୀ ରାଲିରେ ବିଜେପି ନେତା କହିଛନ୍ତି। ରାଜ୍ୟରେ କଂଗ୍ରେସ ଅନେକ ଯୋଜନାକୁ ବନ୍ଦ କରିଦେଇଥିଲା ବୋଲି କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଅଭିଯୋଗ କରିଛନ୍ତି। କଂଗ୍ରେସ ୫୧ଟି ଯୋଜନାକୁ ବନ୍ଦ କରିଦେଇଥିଲା। ଏଭଳି କଂଗ୍ରେସ ସରକାର ଆସିବାକୁ ଦେବେ କି ବୋଲି ସେ ଜନତାଙ୍କୁ ପ୍ରଶ୍ନ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା