Masthead

କଂଗ୍ରେସ କରୁଛି ଶସ୍ତା ରାଜନୀତି: ବିଜେପି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମେ’ ୨୮ରେ ଉଦଘାଟିତ ହେବ ନବ ନିର୍ମିତ ସଂସଦ ଭବନ । ମାତ୍ର ଉଦଘାଟନ ପୂର୍ବରୁ ଜୋର ଧରିଛି ରାଜନୀତି । ରାଷ୍ଟ୍ରପତି ଉଦଘାଟନ କରନ୍ତୁ ବୋଲି ବିରୋଧୀ କଂଗ୍ରେସ ଦାବି କରୁଥିବା ବେଳେ ବିଜେପି କହିଛି କଂଗ୍ରେସ କରୁଛି ଶସ୍ତା ରାଜନୀତି । ନବ ନିର୍ମିତ ଅତ୍ୟାଧୁନିକ ସଂସଦ ଭବନ ଉଦଘାଟନକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ । ଗଣତନ୍ତ୍ରର ଏହି ପବିତ୍ର ମନ୍ଦିର ଉଦଘାଟନକୁ ନେଇ ବିରୋଧୀ ଓ ଶାସକ ମଧ୍ୟରେ ଚାଲିଛି ରାଜନୀତି । କେନ୍ଦ୍ରମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି କଂଗ୍ରେସ ଅଯଥା ରାଜନୀତି କରୁଛି ।

ସବୁ କଥାରେ ବିବାଦ ସୃଷ୍ଟି କରିବା କଂଗ୍ରେସର ଅଭ୍ୟାସ । ରାଷ୍ଟ୍ରପତି ଦେଶର ମୁଖ୍ୟ । କିନ୍ତୁ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ମୁଖ୍ୟ । ସରକାରଙ୍କ ତରଫରୁ ସଂସଦର ନେତୃତ୍ୱ ନେଉଛନ୍ତି । ରାଷ୍ଟ୍ରପତି ଲୋକସଭା କି ରାଜ୍ୟସଭାର ସଦସ୍ୟ ନୁହଁନ୍ତି । ପ୍ରଧାନମନ୍ତ୍ରୀ ଲୋକସଭାର ସଦସ୍ୟ । ରାଷ୍ଟ୍ରପତିଙ୍କ ବଦଳରେ ପ୍ରଧାନମନ୍ତ୍ରୀ ଉଦଘାଟନ କରିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ପୁରୀ ଟୁଇଟ କରିଛନ୍ତି । ବିଜେପିର ସଫେଇ କଂଗ୍ରେସକୁ ସନ୍ତୁଷ୍ଟ କରିପାରି ନାହିଁ । ବରିଷ୍ଠ କଂଗ୍ରେସ ନେତା ମନୀଷ ତିୱାରୀ କହିଛନ୍ତି କେନ୍ଦ୍ରମନ୍ତ୍ରୀ ସମ୍ବିଧାନ ପଢିବା ଉଚିତ ।

ସମ୍ବିଧାନର ୭୯ ଧାରାକୁ ଦର୍ଶାଇ ମନୀଷ କହିଛନ୍ତି “ୟୁନିୟନ ପାଇଁ ଏକ ସଂସଦ ହେବ ଯେଉଁଥିରେ ରାଷ୍ଟ୍ରପତି ଏବଂ ଦୁଇଟି ଗୃହ ଗଠିତ ହେବ । ଯାହା ରାଜ୍ୟ ପରିଷଦ ଏବଂ ଲୋକସଭା ଭାବରେ ଜଣାଶୁଣା। ବିଜେପି ସମ୍ବିଧାନକୁ ଅତି ସତର୍କତାର ସହିତ ପାଠ କରିବାକୁ ମନିଷ ପରାମର୍ଶ ଦେଇଛନ୍ତି । ନୂତନ ସଂସଦ ଭବନ ନିର୍ମାଣ ଶେଷ । ଅପେକ୍ଷା ଉଦଘାଟନକୁ । ଏହି ଭବ୍ୟ ସୌଧ ନିର୍ମାଣରେ ରାଜନୀତି ଜୋର ଧରିଥିବା ବେଳେ କିଏ ଉଦଘାଟନ କରୁଛନ୍ତି ଦେଶବାସୀ କରିଛନ୍ତି ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ