Masthead

ଚାନ୍ଦା ମାଗି କଂଗ୍ରେସ ନେତା ଗିରଫ

ରେଙ୍ଗାଲି, (ବଡ଼ ଖବର ବ୍ୟୁରୋ): ଚାନ୍ଦା ମାଗିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ କଂଗ୍ରେସ ନେତା। ଜଣେ ଠିକାଦାରଙ୍କୁ ଚାନ୍ଦା ମାଗିବା ସହ ମାଡ଼ ମାରିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲା ଠେଲକୋଲେଇ ଥାନା ପୋଲିସ ଆଜି ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗୁଣମଣି ରୋହିଦାସ, ବାଳକୃଷ୍ଣ ରୋହିଦାସ ଓ ରାଜେଶ ରୋହିଦାସ। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଜଣେ ନାବାଳକ । ଅନ୍ୟଜଣେ ଫେରାର ଥିବା ସୂଚନା ମିଳିଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗିରଫ ୪ ଜଣଙ୍କ ମଧ୍ୟରେ ଜଣେ କଂଗ୍ରେସ ନେତା ଅଛନ୍ତି। ସେ ହେଉଛନ୍ତି ବାଳକୃଷ୍ଣ ରୋହିଦାସ। ବାଳକୃଷ୍ଣ ୨୦୧୯ରେ ରେଙ୍ଗାଲି ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ। ସମ୍ବଲପୁର ସଦର ଏସଡିପିଓ ତପନ କୁମାର ମହାନ୍ତି ଏହି ସୂଚନା ଦେଇଛନ୍ତି । ଅଭିଯୋଗ ଅନୁଯାୟୀ, ଗତ ୨୬ତାରିଖ ରାତି ପ୍ରାୟ ସାଢ଼େ ୭ଟାରେ ଆଦିତ୍ୟ ଆଲୁମିନା କମ୍ପାନୀରେ ନିୟୋଜିତ ଠିକାସଂସ୍ଥା ଭରୋଦରା ଇଣ୍ଡଷ୍ଟ୍ରିଆଲ ପ୍ଲାଣ୍ଟର ଏଚଆର ଓ ଆଡମିନ ବିଭାଗ ମୁଖ୍ୟ ଗୌତମ କୁମାର ରେଡ୍ଡିଙ୍କୁ ବାଳକୃଷ୍ଣ, ରାଜେଶଙ୍କ ସମେତ ୫ଜଣ ବଟି ମାଗିଥିଲେ। ବଟି ନ ଦେବାରୁ ତାଙ୍କୁ ମାଡ଼ ମାରିଥିଲେ। ବଳପୂର୍ବକ ତାଙ୍କଠାରୁ ୨୦ହଜାର ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବାପରେ ସଦର ଏସଡିପିଓ ତପନ କୁମାର ମାହାନ୍ତି, ଠେଲକୋଲେଇ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ପେସିଆଲ ଡ୍ରାଇଭ ଆରମ୍ଭ ହୋଇଥିଲା। ଆଜି ସନ୍ଧ୍ୟାରେ ମୁଖ୍ୟ ଅଭିଯୁକ୍ତ ବାଳକୃଷ୍ଣ ରୋହିଦାସ, ଗୁଣମଣି ରୋହିଦାସ ଏବଂ ରାଜେଶ ରୋହିଦାସଙ୍କ ସମେତ ଜଣେ ନାବାଳକଙ୍କୁ ଧରିଛି ପୋଲିସ । ସେମାନଙ୍କଠାରୁ ୫ହଜାର ଟଙ୍କା ସହ ଏକ ଇନୋଭା ଗାଡ଼ି ଜବତ ହୋଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି