Masthead

ଚାନ୍ଦା ମାଗି କଂଗ୍ରେସ ନେତା ଗିରଫ

ରେଙ୍ଗାଲି, (ବଡ଼ ଖବର ବ୍ୟୁରୋ): ଚାନ୍ଦା ମାଗିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ କଂଗ୍ରେସ ନେତା। ଜଣେ ଠିକାଦାରଙ୍କୁ ଚାନ୍ଦା ମାଗିବା ସହ ମାଡ଼ ମାରିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲା ଠେଲକୋଲେଇ ଥାନା ପୋଲିସ ଆଜି ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗୁଣମଣି ରୋହିଦାସ, ବାଳକୃଷ୍ଣ ରୋହିଦାସ ଓ ରାଜେଶ ରୋହିଦାସ। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଜଣେ ନାବାଳକ । ଅନ୍ୟଜଣେ ଫେରାର ଥିବା ସୂଚନା ମିଳିଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗିରଫ ୪ ଜଣଙ୍କ ମଧ୍ୟରେ ଜଣେ କଂଗ୍ରେସ ନେତା ଅଛନ୍ତି। ସେ ହେଉଛନ୍ତି ବାଳକୃଷ୍ଣ ରୋହିଦାସ। ବାଳକୃଷ୍ଣ ୨୦୧୯ରେ ରେଙ୍ଗାଲି ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ। ସମ୍ବଲପୁର ସଦର ଏସଡିପିଓ ତପନ କୁମାର ମହାନ୍ତି ଏହି ସୂଚନା ଦେଇଛନ୍ତି । ଅଭିଯୋଗ ଅନୁଯାୟୀ, ଗତ ୨୬ତାରିଖ ରାତି ପ୍ରାୟ ସାଢ଼େ ୭ଟାରେ ଆଦିତ୍ୟ ଆଲୁମିନା କମ୍ପାନୀରେ ନିୟୋଜିତ ଠିକାସଂସ୍ଥା ଭରୋଦରା ଇଣ୍ଡଷ୍ଟ୍ରିଆଲ ପ୍ଲାଣ୍ଟର ଏଚଆର ଓ ଆଡମିନ ବିଭାଗ ମୁଖ୍ୟ ଗୌତମ କୁମାର ରେଡ୍ଡିଙ୍କୁ ବାଳକୃଷ୍ଣ, ରାଜେଶଙ୍କ ସମେତ ୫ଜଣ ବଟି ମାଗିଥିଲେ। ବଟି ନ ଦେବାରୁ ତାଙ୍କୁ ମାଡ଼ ମାରିଥିଲେ। ବଳପୂର୍ବକ ତାଙ୍କଠାରୁ ୨୦ହଜାର ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବାପରେ ସଦର ଏସଡିପିଓ ତପନ କୁମାର ମାହାନ୍ତି, ଠେଲକୋଲେଇ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ପେସିଆଲ ଡ୍ରାଇଭ ଆରମ୍ଭ ହୋଇଥିଲା। ଆଜି ସନ୍ଧ୍ୟାରେ ମୁଖ୍ୟ ଅଭିଯୁକ୍ତ ବାଳକୃଷ୍ଣ ରୋହିଦାସ, ଗୁଣମଣି ରୋହିଦାସ ଏବଂ ରାଜେଶ ରୋହିଦାସଙ୍କ ସମେତ ଜଣେ ନାବାଳକଙ୍କୁ ଧରିଛି ପୋଲିସ । ସେମାନଙ୍କଠାରୁ ୫ହଜାର ଟଙ୍କା ସହ ଏକ ଇନୋଭା ଗାଡ଼ି ଜବତ ହୋଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ