Masthead

ଆବାସ ଯୋଜନାରୁ ବଞ୍ଚିତ ପାଲୁଣି ମାଝୀ

କଣିହାଁ, (ବଡ଼ ଖବର ବ୍ୟୁରୋ): ସରକାରଙ୍କ ଆବାସ ଯୋଜନା କାହାପାଇଁ। ସରକାର ଗରିବ ବାସହୀନଙ୍କ ପାଇଁ ଆବାସ ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ ପ୍ରକୃତରେ ଏହାର ସୁବିଧା ଯୋଗ୍ୟ ହିତାଧିକାରୀ ପାଇପାରୁ ନାହାନ୍ତି। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଘଣ୍ଟିଆନାଳି ଗାଁରେ ଦେଖିବାକୁ ମିଳିଛି ଏଭଳି ଚିତ୍ର। ଘଣ୍ଟିଆନାଳି ଗାଁର ପାଲୁଣି ମାଝୀ ଏକ ଛୋଟ ତାଳବରଡ଼ା ଓ ମାଟି କାନ୍ଥ ଘରେ ଦୀର୍ଘଦିନ ହେବ ରହି ଆସୁଛନ୍ତି। ଆଜକୁ ଠିକ୍ ଦୁଇ ବର୍ଷ ପୂର୍ବେ ସ୍ୱାମୀ କାନ୍ଦୁରୁ ମାଝୀ ଆରପାରିକୁ ଚାଲିଗଲେ।

ବର୍ତ୍ତମାନ ସେ ତିନି ପୁଅ ଓ ଗୋଟିଏ ଝିଅଙ୍କୁ ଧରି ଅସହାୟ ଭାବେ ପଡ଼ିରହିଛନ୍ତି ଭଙ୍ଗାଘରେ। ନା ଅଛି ଜମିବାଡ଼ି ନା ଅଛି ସ୍ଥାୟୀ ଘର। ପାଲୁଣି ମୂଲ ଲାଗି ପିଲାମାନଙ୍କ ପାଇଁ ଦିଓଳି ଦିମୁଠା ଖାଇବା ଯୋଗାଡ଼ କରନ୍ତି। ଝିଅ ବଡ଼ ହୋଇଥିବାରୁ ତା ପାଇଁ ସେ ସର୍ବଦା ଚିନ୍ତିତ । ଅସରାଏ ବର୍ଷା ହେଲେ ଘର ଭିତରକୁ ପାଣି ପଶିଯାଏ । ଏଭଳି ଦୟନୀୟ ଅବସ୍ଥାରେ ଦିନ କାଟନ୍ତି ପାଲୁଣିଙ୍କ ପରିବାର। ଘର ଖଣ୍ଡିଏ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ କୌଣସି ଫଳ ନ ମିଳିବାରୁ ଶେଷରେ ନିରାଶ ହୋଇ ବଡ଼ ଖବର ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା