ସମଦୂରତ୍ୱରୁ ସମ୍ପୂର୍ଣ୍ଣ ସମର୍ପଣ କଲେ ନବୀନ: ଶ୍ରୀକାନ୍ତ ଜେନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମେଣ୍ଟକୁ ନେଇ କଂଗ୍ରେସ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ପ୍ରତିକ୍ରିୟା । ଉଭୟ ବିଜେଡି ଏବଂ ବିଜେପିର ମେଣ୍ଟ ୬ ମାସ ତଳୁ ହୋଇସାରିଛି । ରାଜ୍ୟରେ ଆର୍ଟିଫିସିଆଲ ବିରୋଧୀ ଭଳି ବିଜେପି କାମ କରୁଥିଲା । ଆମେ ରାଜ୍ୟ ସରକାରଙ୍କ ବିରୋଧୀ ବୋଲି ଜନତାଙ୍କୁ କହୁଥିଲେ । ସାରା ବିଶ୍ୱରେ କୌଣସି ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାରୀ ଦଳ ଏବଂ ବିରୋଧୀ ଦଳ ଏକ ହୋଇ ନିର୍ବାଚନକୁ ଓଲ୍ଲାଇବେ କେବେ କିଏ ଦେଖିନଥିବେ ।

ନବୀନ ବାବୁଙ୍କ ରାଜନୈତିକ ଜନ୍ମ ବିଜେପିରୁ ହୋଇଥିଲା ଏବେ ଶେଷ ସମୟରେ ମଧ୍ୟ ସିଏ ସେଇ ଦିଗକୁ ଯାଉଛନ୍ତି । ବିଜେଡି ଦଳ ବିଜେପି ଠାରୁ ସମଦୂରତ୍ୱ ନୁହେଁ ସମ୍ପୂର୍ଣ ସମର୍ପଣ କରିଛି । ଯଦି ଏହି ମେଣ୍ଟ ରାଜ୍ୟର ସ୍ୱାର୍ଥ ଵା ସ୍ପେଶାଲ କ୍ୟାଟେଗୋରି ଷ୍ଟେଟ ପାଇଁ କରିଥାନ୍ତେ ହୁଏ ତ ଲୋକ ଗ୍ରହଣ କରିଥାନ୍ତେ । କିନ୍ତୁ ସିଏ ନିଜ ସ୍ୱାର୍ଥ ପାଇଁ କରିଛନ୍ତି । ସେଥିପାଇଁ ବିଧାନସଭାରେ ମଧ୍ୟ ସରକାରଙ୍କୁ ସଠିକ ଢଙ୍ଗରେ ବିଜେପି ବିରୋଧ କରୁନଥିଲା । ବିଜେପି ୪୦୦ ଆସନ ଜିତିଲେ ସମ୍ବିଧାନକୁ ପରିବର୍ତ୍ତନ କରିଦେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ