Masthead

ଲୋକମାନେ ଧର୍ମ ନାମରେ ଭୋଟ ଦେବା ଉଚିତ ନୁହେଁ: ଗୁଲାମ ନବୀ ଆଜାଦ

ଜମ୍ମୁ-କଶ୍ମୀର  (ବଡ଼ ଖବର ବ୍ୟୁରୋ):   ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ବଡ଼ ବୟାନ । କହିଛନ୍ତି ହିନ୍ଦୁ ଧର୍ମ ଇସଲାମଠାରୁ ପୁରାତନ ଏବଂ ସମସ୍ତ ମୁସଲମାନ ପୂର୍ବରୁ ହିନ୍ଦୁ ଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୁଲାମ ନବୀ ଆଜାଦ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଅଗଷ୍ଟ ୯ରେ ଏଠାରେ ପହଞ୍ଚିଥିଲେ। ଭିଡିଓରେ ଆଜାଦ କହିଛନ୍ତି, ଇସଲାମ ୧୫୦୦ ବର୍ଷ ପୂର୍ବେ ଜନ୍ମ ହୋଇଥିଲା। ଭାରତରେ କେହି ବାହାର ଲୋକ ନୁହଁନ୍ତି। ଆମେ ସମସ୍ତେ ଏହି ଦେଶର ଅଟୁ। ଭାରତର ମୁସଲମାନମାନେ ମୂଳତଃ ହିନ୍ଦୁ ଥିଲେ।

ପରେ ସେମାନଙ୍କର ରୂପାନ୍ତରଣ ହୋଇଥିଲା। ସେ ଲୋକଙ୍କୁ ଭାଇଚାରା, ଶାନ୍ତି ଏବଂ ଏକତା ବଜାୟ ରଖିବାକୁ ଅନୁରୋଧ କରି କହିଥିଲେ ଧର୍ମ ରାଜନୀତିରେ ମିଶ୍ରିତ ହେବା ଉଚିତ ନୁହେଁ। ଲୋକମାନେ ଧର୍ମ ନାମରେ ଭୋଟ ଦେବା ଉଚିତ ନୁହେଁ। ଗୁଲାମ ନବୀ ଆଜାଦ କହିଛନ୍ତି, ଆମେ ବାହାରୁ ଆସି ନାହୁଁ। ଆମେ ହେଉଛେ ଏହି ମାଟିରୁ ଜନ୍ମ। ଏହା ବ୍ୟତୀତ ସେ କହିଛନ୍ତି, ୬୦୦ ବର୍ଷ ପୂର୍ବେ କଶ୍ମୀରରେ କେବଳ କଶ୍ମୀର ପଣ୍ଡିତ ଥିଲେ। ସେତେବେଳେ ଅନେକ ଲୋକ ଧର୍ମ ଗ୍ରହଣ କରି ମୁସଲମାନ ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ