Masthead

ଲୋକମାନେ ଧର୍ମ ନାମରେ ଭୋଟ ଦେବା ଉଚିତ ନୁହେଁ: ଗୁଲାମ ନବୀ ଆଜାଦ

ଜମ୍ମୁ-କଶ୍ମୀର  (ବଡ଼ ଖବର ବ୍ୟୁରୋ):   ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ବଡ଼ ବୟାନ । କହିଛନ୍ତି ହିନ୍ଦୁ ଧର୍ମ ଇସଲାମଠାରୁ ପୁରାତନ ଏବଂ ସମସ୍ତ ମୁସଲମାନ ପୂର୍ବରୁ ହିନ୍ଦୁ ଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୁଲାମ ନବୀ ଆଜାଦ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଅଗଷ୍ଟ ୯ରେ ଏଠାରେ ପହଞ୍ଚିଥିଲେ। ଭିଡିଓରେ ଆଜାଦ କହିଛନ୍ତି, ଇସଲାମ ୧୫୦୦ ବର୍ଷ ପୂର୍ବେ ଜନ୍ମ ହୋଇଥିଲା। ଭାରତରେ କେହି ବାହାର ଲୋକ ନୁହଁନ୍ତି। ଆମେ ସମସ୍ତେ ଏହି ଦେଶର ଅଟୁ। ଭାରତର ମୁସଲମାନମାନେ ମୂଳତଃ ହିନ୍ଦୁ ଥିଲେ।

ପରେ ସେମାନଙ୍କର ରୂପାନ୍ତରଣ ହୋଇଥିଲା। ସେ ଲୋକଙ୍କୁ ଭାଇଚାରା, ଶାନ୍ତି ଏବଂ ଏକତା ବଜାୟ ରଖିବାକୁ ଅନୁରୋଧ କରି କହିଥିଲେ ଧର୍ମ ରାଜନୀତିରେ ମିଶ୍ରିତ ହେବା ଉଚିତ ନୁହେଁ। ଲୋକମାନେ ଧର୍ମ ନାମରେ ଭୋଟ ଦେବା ଉଚିତ ନୁହେଁ। ଗୁଲାମ ନବୀ ଆଜାଦ କହିଛନ୍ତି, ଆମେ ବାହାରୁ ଆସି ନାହୁଁ। ଆମେ ହେଉଛେ ଏହି ମାଟିରୁ ଜନ୍ମ। ଏହା ବ୍ୟତୀତ ସେ କହିଛନ୍ତି, ୬୦୦ ବର୍ଷ ପୂର୍ବେ କଶ୍ମୀରରେ କେବଳ କଶ୍ମୀର ପଣ୍ଡିତ ଥିଲେ। ସେତେବେଳେ ଅନେକ ଲୋକ ଧର୍ମ ଗ୍ରହଣ କରି ମୁସଲମାନ ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’