Masthead

ରାଜ୍ୟସଭା ଅଧ୍ୟକ୍ଷଙ୍କୁ କଂଗ୍ରେସ ମୁଖିଆଙ୍କ ପ୍ରଶ୍ନ, କାହିଁକି ସଂସଦ ରେକର୍ଡରୁ ବାଦ ହେଲା ଭାଷଣର ଅଂଶ ?

ରାଜ୍ୟସଭା ଅଧ୍ୟକ୍ଷଙ୍କୁ କଂଗ୍ରେସ ମୁଖିଆଙ୍କ ପ୍ରଶ୍ନ, କାହିଁକି ସଂସଦ ରେକର୍ଡରୁ ବାଦ ହେଲା ଭାଷଣର ଅଂଶ ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ ): ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଉପରେ ଦେଇଥିବା ଭାଷଣର କିଛି ଅଂଶ ସଂସଦ ରେକର୍ଡରୁ ବାଦ ଦେବାକୁ ନେଇଁ ରାଜାସଭା ଅଧ୍ୟକ୍ଷଙ୍କ ଉପରେ ପ୍ରଶ୍ନ ଉଠାôଇଛନ୍ତି କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡର୍ଗେ । ଆଜି ରାଜ୍ୟସଭାରେ ଖଡର୍ଗେ କହିଛନ୍ତି, ତାଙ୍କ ବକ୍ତବ୍ୟରେ କୌଣସି କଟୂକ୍ତି କିମ୍ବା କାହା ବିରୋଧରେ ନଥିଲା । ତାଙ୍କ ବକ୍ତବ୍ୟର କିଛି ଭୁଲ ଆର୍ଥ ବାହାର କରାଗଲା । ଶ୍ରୀ ଖଡର୍ଗେ କହିଛନ୍ତି ଯଦି କିଛି ସନ୍ଦେହ ଥିଲା, ତେବେ ପଚାରିବାର ଥିଲା । କିନ୍ତୁ ସେମିତି ନ କରି ତାଙ୍କ ବକ୍ତବ୍ୟର ୬ଟି ସ୍ଥାନରୁ ଶବ୍ଦ ଉଠାଇ ଦେବାକୁ କୁହାଗଲା। ସେ କହିଛନ୍ତି ଅଟଳ ବିହାରୀ ବାଜପେୟୀ ମଧ୍ୟ ନରସିଂହ ରାଓଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିଲେ ଏବଂ ସେ ଶବ୍ଦ ଏ ପର୍ୟ୍ୟନ୍ତ ପାର୍ଲାମେଣ୍ଟ୍‌ ରେକର୍ଡରେ ରହିଛି।

 ଖଡର୍ଗେଙ୍କ ଏପରି ବୟାନ ପରେ ଅଧ୍ୟକ୍ଷ କଂଗ୍ରେସ ମୁଖ୍ୟଙ୍କୁ ଶାନ୍ତ କରାଇବାକୁ ଚେଷ୍ଟା କରିଥିଲେ। ସୂଚନାଯୋଗ୍ୟ, କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କ ଗତକାଲିର ଭାଷଣରୁ ମଧ୍ୟ କେତେକ ଶବ୍ଦ ବାଦ ଦିଆଯାଇ ରେକର୍ଡ କରାଯାଇଛି। ଅର୍ଥାତ୍‌ ସେଗୁଡ଼ିକୁ ଆଉ କୌଣସି ପ୍ରକାରରେ ଗଣମାଧ୍ୟମରେ ପ୍ରକାଶ କରାଯାଇ ପାରିବ ନାହିଁ। ଏଥିପାଇଁ ବିରୋଧୀ ନେତାମାନେ ସଂସଦରେ ଅଭିଯୋଗ କରିଥିଲେ ଯେ, ସରକାର ସଂସଦରେ ବିରୋଧୀ ନେତାଙ୍କ ମୁହଁ ବନ୍ଦ କରିବା ପାଇଁ ଚେଷ୍ଟା କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା