Masthead

ତୃତୀୟ ଦିନରେ କଂଗ୍ରେସର କର୍ମୀ ସମ୍ମିଳନୀ

ପିପିଲି (ବଡ଼ ଖବର ବ୍ୟୁରୋ): ପିପିଲିରେ ଆରମ୍ଭ ହୋଇଥିବା କଂଗ୍ରେସର କର୍ମୀ ସମ୍ମିଳନୀ ଆଜି ତୃତୀୟ ଦିନରେ ପହଞ୍ଚିଛି । ପିପିଲିରେ ଭୁଶୁଡ଼ି ପଡ଼ିଥିବା କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଅଜିତ ମଙ୍ଗରାଜ । କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ନିର୍ଦ୍ଦେଶରେ ବିଭିନ୍ନ ପଞ୍ଚାୟତରେ କର୍ମୀଙ୍କୁ ସଂଗଠିତ କରୁଛନ୍ତି ଅଜିତ । ଏକମାତ୍ର ଲକ୍ଷ୍ୟ ପିପିଲି ବିଧାନସଭା ଆସନ ଦଖଲ । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଖାଲି ପଡ଼ିଛି ପିପିଲି ଆସନ । ଆଗାମୀ କିଛି ମାସ ଭିତରେ ହେବାକୁ ଥିବା ଉପନିର୍ବାଚନ ପାଇଁ ପିପିଲି କଂଗ୍ରେସରେ ଦେଖାଯାଇଛି ତତ୍ପରତା । ୨୦୧୯ ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଅତି ନୈରାଶ୍ୟଜନକ ଥିଲାବେଳେ ଆଗାମୀ ଉପନିର୍ବାଚନକୁ ଦୃଷ୍ଟିରେ ରଖି ଦଳକୁ ସଂଗଠିତ କରିବା ପାଇଁ କର୍ମୀ ସମ୍ମିଳନୀ ମାଧ୍ୟମରେ ନୂଆ ଆଶା ଓ ଉଦ୍ଦୀପନା ସହ ଦଳକୁ ଏକ ସୁଦୃଢ଼ ସ୍ଥିତିରେ ପହଞ୍ଚାଇବା ନିମନ୍ତେ ଜାରି ରହିଛି ପ୍ରୟାସ । ଏହାର ନେତୃତ୍ୱ ନେଇଛନ୍ତି ପୁରୀ ଜିଲ୍ଲା କଂଗ୍ରେସ ସଭାପତି ତଥା ୨୦୧୯ରେ ପିପିଲିରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜ । ପିପିଲି ବ୍ଲକ ହାଟସାହି ପଞ୍ଚାୟତରେ ଆଜି ଅଜିତଙ୍କ ନେତୃତ୍ୱରେ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ଶତାଧିକ କର୍ମୀ ଯୋଗଦେଇ ନିଜ ମତ ରଖିଥିଲେ । ଦଳର ସ୍ଥିତି ହାଟସାହି ପଞ୍ଚାୟତରେ କିଭଳି ସୁଦୃଢ଼ ହେବ ସେ ନେଇ କର୍ମୀଙ୍କ ସହ ଆଲୋଚନା କରିଥିଲେ । କର୍ମୀ ସମ୍ମିଳନୀ ପରେ ଆଗାମୀ ଉପନିର୍ବାଚନରେ କଂଗ୍ରେସକୁ ଯଥେଷ୍ଟ ଫାଇଦା ମିଳିବା ନେଇ ଆଶାବାଦୀ ଥିବା କହିଛନ୍ତି ଅଜିତ । ସଦ୍ୟ ସମାପ୍ତ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ କଂଗ୍ରେସ ପରାଜୟ ବରଣ କରିଥିଲେ ମଧ୍ୟ ପିପିଲିରେ ଅଜିତଙ୍କ ନେତୃତ୍ୱ ଉପରେ ଦୃଢ଼ ଭରସା ରଖି ଏଠାରେ ବିଜୟୀ ହେବା ନେଇ ଆଶାବାଦୀ ଥିବା କହିଛନ୍ତି କେତେଜଣ କର୍ମୀ । ପ୍ରତ୍ୟେକ ଦିନ ମଙ୍ଗରାଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତକୁ ଯାଇ ସିଧାସଳଖ ଭାବେ ଲୋକଙ୍କ ସହ ଯୋଡ଼ି ହୋଇ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଦଳକୁ କିପରି ସଂଗଠିତ କରାଯିବ ସେ ବିଷୟରେ ପରାମର୍ଶ ନେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ