Masthead

୭ ଦିନ ମଧ୍ୟରେ ରେଳ ଚଳାଚଳ ଦାବି କଲା କଂଗ୍ରେସ

ଦଶପଲ୍ଲା(ବଡ଼ ଖବର ବ୍ୟୁରୋ):  ୭ ଦିନ ମଧ୍ୟରେ ଦଶପଲ୍ଲାକୁ ରେଳ ଚଳାଚଳ ଦାବି କରିଛି ଜିଲ୍ଲା କଂଗ୍ରେସ । କଂଗ୍ରେସ ସଭାପତି ରଂଜିତ ଦାସଙ୍କ ନେତୃତ୍ୱରେ ୧୦ ଜଣିଆ ପ୍ରତିନିଧି ଖୋର୍ଦ୍ଧା ରୋଡ଼ ଡିଆରଏମ ଏଚ. ଏସ ବାଜ୍ଜାଙ୍କୁ ଭେଟିଥିଲେ । ରଥଯାତ୍ରା ସମୟରୁ ଦଶପଲ୍ଲାକୁ ଟ୍ରାଏଲ ଟ୍ରେନ ଗଡିଥିଲା । ଏହାରି ମଧ୍ୟରେ ବହୁ ଦିନ ବିତି ଯାଇଥିଲେ ମଧ୍ୟ୍ୟ ଆଜି ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ହୋଇପାରିନାହିଁ । ତେଣୁ ୭ଦିନ ମଧ୍ୟ୍ୟରେ ଟ୍ରେନ ନ ଚାଲିଲେ ମହୀପୁର ଓ ନୂଆଗାଁ ଷ୍ଟେସନରେ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବେ ବୋଲି ପ୍ରେସ ରିଲିଜ କରି ଜଣାଇଛନ୍ତି ଜିଲ୍ଲା କଂଗ୍ରେସ । ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥ ନୟାଗଡ ଜିଲ୍ଲା ଜୀବନ ରେଖା । ପୂର୍ବରୁ ନୂଆଗାଁ ପର୍ୟ୍ୟନ୍ତ ରେଳ ଚଳାଚଳ କରୁଛି । ନୂଆଗାଁରୁ ଦଶପଲ୍ଲା ମାତ୍ର ୧୫କିଲୋମିଟର । ଦଶପଲ୍ଲାକୁ ରେଳ ଚଳାଚଳ ପାଇଁ ପୂର୍ବରୁ ବରିଷ୍ଠ ନାଗରିକ ମଞ୍ଚ ମଧ୍ୟ୍ୟ ଦାବି କରିଆସୁଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା