ଦିଦିଙ୍କ ରାତ୍ରି ଭୋଜନକୁ ନେଇ ପ୍ରଶ୍ନ ଉଠାଇଲେ ଅଧୀର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜି-୨୦କୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଥିବାବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜି -୨୦ ରାତ୍ରୀ ଭୋଜନରେ ଯୋଗଦେବା ପରେ ବିବାଦ ଉପୁଜିଛି। ତାଙ୍କ ସହ ମେଣ୍ଟ ଗଠନ କରୁଥିବା କଂଗ୍ରେସ ପ୍ରଶ୍ନ ଉଠାଇଛି। ବରିଷ୍ଠ କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀ ରବିବାର ଦିଲ୍ଲୀରେ ଜି -୨୦ ବୈଠକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାତ୍ରି ଭୋଜନରେ ଯୋଗଦେବା ପାଇଁ ମମତା ବାନାର୍ଜୀଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ କରିଛନ୍ତି । ଅଧୀର ଗଣମାଧ୍ୟମକୁ କହିଛନ୍ତି ଯେ ବହୁ ଅଣ-ବିଜେପି ମୁଖ୍ୟମନ୍ତ୍ରୀ ରାତ୍ରୀ ଭୋଜନରେ ଯୋଗଦେବାକୁ ଏଡାଇ ଦେଇଥିବା ବେଳେ ଦିଦି (ମମତା ବାନାର୍ଜୀ) ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ଯାଇଥିଲେ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ। ସେ କହିଛନ୍ତି ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ଏହି ନେତାଙ୍କ ସହ ରାତ୍ରି ଭୋଜନରେ ଯୋଗଦେବା ପାଇଁ ତାଙ୍କୁ ଦିଲ୍ଲୀ ଯିବାକୁ କ’ଣ ପ୍ରବର୍ତ୍ତାଗଲା? କହିବାକୁ ଗଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ଦିନ ଦିଲ୍ଲୀ ଯାଇଥିବାବେଳେ ପରଦିନ ରାତ୍ରୀ ଭୋଜନ ଆୟୋଜନ କରାଯାଇଥିଲା। ଏହା ଉପରେ ଚୌଧୁରୀ ପଚାରିଥିଲେ ଯେ ଏହି ଉତ୍ସବରେ ଯୋଗଦେବା ପଛରେ ଅନ୍ୟ କୌଣସି କାରଣ ଅଛି କି?

ସେପଟେ କାଉଣ୍ଟର ଆଟାକ୍ କରିଛି ଟିଏମସି । ଅଧୀରଙ୍କ ବିବୃତ୍ତିରେ ଜବାବ ଦେଇ ଟିଏମସି ରାଜ୍ୟସଭା ସାଂସଦ ଶାନ୍ତନୁ ସେନ୍ କହିଛନ୍ତି ଯେ ସମସ୍ତେ ଜାଣନ୍ତି ଯେ ମମତା ବାନାର୍ଜୀ ବିରୋଧୀ ଦଳ ‘ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଇନ୍ସ’ (ଇଣ୍ଡିଆ) ର ସୁତ୍ରଧରରୁ ଜଣେ । ତାଙ୍କ ପ୍ରତିବଦ୍ଧତାକୁ ଉପରେ କେହି ପ୍ରଶ୍ନ କରିପାରିବେ ନାହିଁ। ପ୍ରୋଟୋକଲ୍ ଅନୁଯାୟୀ ଜି -୨୦ ରାତ୍ରୀ ଭୋଜନରେ ଯୋଗଦେବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ କେବେ ଯିବେ ତାହା ଚୌଧୁରୀ ନିଷ୍ପତ୍ତି ନେବେ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’