Masthead

ପୁଣି କଂଗ୍ରେସରେ ଦେଖାଦେଇଛି କନ୍ଦଳ !

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପଞ୍ଜାବ, ଛତିଶଗଡ଼ ପରେ ବର୍ତ୍ତମାନ ଓଡ଼ିଶା କଂଗ୍ରେସରେ ଦେଖାଦେଇଛି ଫାଟ । କେତେବେଳେ କଂଗ୍ରେସ ବିଧାୟକ ପିସିସି ସଭାପତିକୁ ଟାର୍ଗେଟ କରୁଛନ୍ତି ତ ଆଉକେତେବେଳେ ଦୁଇ ବିଧାୟକଙ୍କ ମଧ୍ୟରେ ବାକ ଯୁଦ୍ଧ ଦେଖାଦେଇଛି । ନିଜର ପ୍ରଚାର କିପରି ଅଧିକ ହେବ ସେନେଇ ସମସ୍ତେ ଆପ୍ରାଣ ଉଦ୍ୟମ କରୁଥିବା ବେଳେ ପରସ୍ପରଙ୍କ ସହ ଫାଟ ସୃଷ୍ଟି ହୋଇଛି । ଏହା ମଧ୍ୟରେ ନବରଙ୍ଗପୁର କଂଗ୍ରେସ ଯୁବନେତା ଓ ବିଧାୟକଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଆଗକୁ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ଏପରି ଘଟଣା ସାମ୍ନାକୁ ଆସିବା ଅତ୍ୟନ୍ତ ନିନ୍ଦନୀୟ । ହେଲେ ଏ ସବୁର କୌଣସି ପ୍ରଭାବ ଦଳରେ ପଡ଼ିବ ନାହିଁ ଏବଂ ଯାହାକୁ ଯାହା ଇଚ୍ଛା କରୁନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି ।

ପିସିସି ସଭାପତିଙ୍କ ମନ୍ତବ୍ୟ ହେଉ କିମ୍ବା ଦଳୀୟ କର୍ମୀଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷ, ଏସବୁକୁ ଦେଖିଲେ ସ୍ପଷ୍ଟ ବାରି ହେଉଛି ଯେ ଦଳରେ ଧିରେ ଧିରେ ଫାଟ ସୃଷ୍ଟି ହେବାକୁ ଲାଗିଛି । ଅପରପକ୍ଷରେ କିଛି ଦିନ ପୂର୍ବରୁ ନବରଙ୍ଗପୁର କଟପାଟ ବିଧାୟକ ଚନ୍ଦ୍ରଶେଖର ମାଝୀ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଥିଲା । ହେଲେ ସବୁଠାରୁ ରୋଚକ କଥାଟି ହେଉଛି କିଛି ଦିନ ପରେ ହିଁ ଚନ୍ଦ୍ରଶେଖର ମାଝୀ ବିଜେଡ଼ିରେ ମିଶିଯାଇଥିଲେ । ତେବେ ଦଳରେ ବଢୁଥିବା କନ୍ଦଳର ଏହା ରେଜଲ୍ଟ ନୁହେଁ ତ! ଅନ୍ୟପଟେ କିଛି ଦିନ ପୂର୍ବରୁ ବିଧାୟକ ବାହିନୀପତି ପିସିସି ସଭାପତିଙ୍କ ଇସ୍ତଫା ଦାବି କରିଥିଲେ । ହେଲେ ନିରଞ୍ଜନ କିଛି ଉତ୍ତର ଦେବା ପୂର୍ବରୁ ମଇଦାନକୁ ଓହ୍ଲାଇଥିଲେ ପ୍ରଦୀପ ମାଝୀ । ନିଜର ଛବିକୁ ସୁଧାରିବା ପାଇଁ ଏପରି ନିଚ୍ଚ କାମ ବିଧାୟକ କରୁନ୍ତୁ ନାହିଁ ବୋଲି ଜବାବ ଦେଇଥିଲେ ।

ଏବଂ ଆଦିବାସୀ ଅଞ୍ଚଳରେ କେବଳ ଆଦିବାସୀ ନେତା ହିଁ ବିଜୟ ଲାଭ କରିବ ବୋଲି ବାହିନିପତିଙ୍କୁ କହିଥିଲେ । ତେବେ ନିଜେ ଆଦିବାସୀ ହୋଇ ମଧ୍ୟ ତାହାଲେ କାହିଁକି ନିର୍ବାଚନ ହାରିଲ କହି ଉତ୍ତର ରଖିଥିଲେ ବାହିନୀପତି । କିଛିଦିନ ହେବ ବାରମ୍ବାର କଂଗ୍ରେସ ଗୋଷ୍ଠୀରେ କନ୍ଦଳ ଦେଖାଦେଉଛି । ତେବେ ବରିଷ୍ଠ ନେତାଙ୍କର ମନମାନି ପାଇଁ ଏପରି ଘଟଣା ସାମ୍ନାକୁ ଆସୁଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ