Masthead

ଚଉଷଠୀ ଯୋଗିନୀ ମହୋତ୍ସବକୁ ନେଇ ବିବାଦ

ବାଲିଅନ୍ତା(ବଡ଼ ଖବର ବ୍ୟୁରୋ): ଆଉ କିଛି ଦିନ ପରେ ସ୍ଥାନୀୟ ହୀରାପୁର ସ୍ଥିତ ଚଉଷଠୀ ଯୋଗିନୀ ପୀଠରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ଚତୁର୍ଦ୍ଦଶ ଚଉଷଠୀ ଯୋଗିନୀ ମହୋତ୍ସବ । ଚଉଷଠୀ ମହୋତ୍ସବ ପୂର୍ବରୁ ଏବେ ଜନଅସନ୍ତୋଷ ଦେଖା ଦେଇଛି । ଚଉଷଠୀ ଯୋଗିନୀ ମହୋତ୍ସବକୁ ନେଇ ଏବେ ସମଗ୍ର ଅଞ୍ଚଳରେ ଏବେ ଅସନ୍ତୋଷ ଦେଖାଦେଇଛି । ଦୀର୍ଘ ୧୩ ବର୍ଷ ଧରି ଯୋଗିନୀ ମହୋତ୍ସବ କରି ଆସୁଥିବା ଆୟୋଜକ ଜଣାଶୁଣା ଓଡ଼ିଶୀ ନୃତ୍ୟ ପ୍ରତିଭା ନୃତ୍ୟାନୁଷ୍ଠାନ ଦୀର୍ଘ ଦିନରୁ ଏହା କରି ଆସୁଥିଲା । କିନ୍ତୁ ଅନୁଷ୍ଠାନ ସରକାରୀ ଓ ବେସରକାରୀ ଠାରୁ ଆସୁଥିବା ପୋତ୍ସାହନ ରାଶିକୁ ଅଧିକ ଖର୍ଚ୍ଚରେ ଦେଖାଉଥିବା ନେଇ ଅଭିଯୋଗ ହେଉଛି । ସୁଦର୍ଶନ ଦେବଙ୍କ ଦାରୁପୀଠ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଯୋଗିନୀ ପୀଠରେ ଦୀର୍ଘ ୧୩ ବର୍ଷ ଧରି ଯୋଗିନୀ ମହୋତ୍ସବ କରି ଆସୁଛି । ମହୋତ୍ସବ ପରିଚାଳନାବେଳେ ଅନୁଷ୍ଠାନ ଅଧିକ ଖର୍ଚ୍ଚ ଦେଖାଇ ଅନିୟମିତତା କରୁଥିବା ଅଭିଯୋଗ ହେଉଛି । ଏହାଛଡ଼ା ସ୍ଥାନୀୟ ଲୋକଙ୍କୁ ଉପେକ୍ଷା କରାଯାଇ ମହୋତ୍ସବ କରାଯାଉଛି । କୌଣସି ପଞ୍ଚାୟତ ଜନ ପ୍ରତିନିଧିଙ୍କୁ ମଧ୍ୟ ଅବଗତ କରାଯାଉ ନାହିଁ । ଏଥିରେ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ପଦକ୍ଷେପ ଗ୍ରହଣ କରୁ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ୧୭ ନମ୍ବର ଜିଲ୍ଲା ପରିଷଦ ଜୋନ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ବିଧାୟକଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର , ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ ଓ ଯଶୁଆପୁର ବିକାଶ ପରିଷଦର ପ୍ରତିଷ୍ଠାତା ରଂଜନ କୁମାର ମହାପାତ୍ର , ବିଧୁଭୂଷଣ ପଟ୍ଟନାୟକ ଓ ଅରବିନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ