Masthead

ଚଉଷଠୀ ଯୋଗିନୀ ମହୋତ୍ସବକୁ ନେଇ ବିବାଦ

ବାଲିଅନ୍ତା(ବଡ଼ ଖବର ବ୍ୟୁରୋ): ଆଉ କିଛି ଦିନ ପରେ ସ୍ଥାନୀୟ ହୀରାପୁର ସ୍ଥିତ ଚଉଷଠୀ ଯୋଗିନୀ ପୀଠରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ଚତୁର୍ଦ୍ଦଶ ଚଉଷଠୀ ଯୋଗିନୀ ମହୋତ୍ସବ । ଚଉଷଠୀ ମହୋତ୍ସବ ପୂର୍ବରୁ ଏବେ ଜନଅସନ୍ତୋଷ ଦେଖା ଦେଇଛି । ଚଉଷଠୀ ଯୋଗିନୀ ମହୋତ୍ସବକୁ ନେଇ ଏବେ ସମଗ୍ର ଅଞ୍ଚଳରେ ଏବେ ଅସନ୍ତୋଷ ଦେଖାଦେଇଛି । ଦୀର୍ଘ ୧୩ ବର୍ଷ ଧରି ଯୋଗିନୀ ମହୋତ୍ସବ କରି ଆସୁଥିବା ଆୟୋଜକ ଜଣାଶୁଣା ଓଡ଼ିଶୀ ନୃତ୍ୟ ପ୍ରତିଭା ନୃତ୍ୟାନୁଷ୍ଠାନ ଦୀର୍ଘ ଦିନରୁ ଏହା କରି ଆସୁଥିଲା । କିନ୍ତୁ ଅନୁଷ୍ଠାନ ସରକାରୀ ଓ ବେସରକାରୀ ଠାରୁ ଆସୁଥିବା ପୋତ୍ସାହନ ରାଶିକୁ ଅଧିକ ଖର୍ଚ୍ଚରେ ଦେଖାଉଥିବା ନେଇ ଅଭିଯୋଗ ହେଉଛି । ସୁଦର୍ଶନ ଦେବଙ୍କ ଦାରୁପୀଠ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଯୋଗିନୀ ପୀଠରେ ଦୀର୍ଘ ୧୩ ବର୍ଷ ଧରି ଯୋଗିନୀ ମହୋତ୍ସବ କରି ଆସୁଛି । ମହୋତ୍ସବ ପରିଚାଳନାବେଳେ ଅନୁଷ୍ଠାନ ଅଧିକ ଖର୍ଚ୍ଚ ଦେଖାଇ ଅନିୟମିତତା କରୁଥିବା ଅଭିଯୋଗ ହେଉଛି । ଏହାଛଡ଼ା ସ୍ଥାନୀୟ ଲୋକଙ୍କୁ ଉପେକ୍ଷା କରାଯାଇ ମହୋତ୍ସବ କରାଯାଉଛି । କୌଣସି ପଞ୍ଚାୟତ ଜନ ପ୍ରତିନିଧିଙ୍କୁ ମଧ୍ୟ ଅବଗତ କରାଯାଉ ନାହିଁ । ଏଥିରେ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ପଦକ୍ଷେପ ଗ୍ରହଣ କରୁ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ୧୭ ନମ୍ବର ଜିଲ୍ଲା ପରିଷଦ ଜୋନ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ବିଧାୟକଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର , ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ ଓ ଯଶୁଆପୁର ବିକାଶ ପରିଷଦର ପ୍ରତିଷ୍ଠାତା ରଂଜନ କୁମାର ମହାପାତ୍ର , ବିଧୁଭୂଷଣ ପଟ୍ଟନାୟକ ଓ ଅରବିନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ