Masthead

ମହାପୁରୁଷଙ୍କୁ ଅପମାନ, ମହତାବଙ୍କ ଜାଗାରେ ଲେଖା ହେଲା ମହାନ୍ତି

ଭଦ୍ରକ (ବଡ଼ ଖବର ବ୍ୟୁରୋ): ସତରେ ବିଡମ୍ବନା । ମହାପୁରୁଷଙ୍କୁ ଅପମାନ । ନବ ଓଡ଼ିଶାର ବିନ୍ଧାଣୀ, ଓଡ଼ିଶା ଇତିହାସର ଧ୍ରୁବତାରା, ପ୍ରଚଣ୍ଡ ବାଗ୍ମୀ, ସାହିତ୍ୟିକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସ୍ୱାଧୀନତା ସଂଗ୍ରାମୀ, ଭଦ୍ରକ ମାଟିର ସୁଯୋଗ୍ୟ ସନ୍ତାନ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ନାଁକୁ ବିକୃତ କରାଯାଇଛି । ଭଦ୍ରକ ଧାମନଗରରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ନାଁକୁ ଭୁଲ ଲେଖାଯାଇଛି।

ଧାମନଗର ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ କାନ୍ଥରେ ଦେଖିବା ପାଇଁ ମିଳିଛି ଏଭଳି ବିକୃତ ଲେଖା । ହରେକୃଷ୍ଣ ମହତାବଙ୍କ ଫଟୋ ତଳେ ହରେକୃଷ୍ଣ ମହାନ୍ତି ବୋଲି ଲେଖାଯାଇଛି । ଯାହାକୁ ଦେଖିବା ପରେ ବୁଦ୍ଧିଜୀବୀ ଓ ଲୋକଙ୍କ ଭିତରେ ପ୍ରବଳ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ପରେ ମହାନ୍ତି ଉପରେ ରଙ୍ଗ ବୋଳାଯାଇ ପୁଣି ଥରେ ମହତାବ ଲେଖି ତ୍ରୁଟି ସଂଶୋଧନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ