Masthead

କରୋନାକୁ ଦେବୀ କରି କରାଯାଉଛି ପୂଜାର୍ଚ୍ଚନା, ଜାଣନ୍ତୁ କେଉଁଠି..

ଚେନ୍ନାଇ(ବଡ଼ ଖବର ବ୍ୟୁରୋ): ମନ୍ଦିରରେ ଠାକୁରଙ୍କୁ ଆରଧାନା କଲେ ଇଷ୍ଟ ଖଣ୍ଡନ ହୁଏ । ବିଭୁକୃପା ମିଳେ । ମନକୁ ଶାନ୍ତି ମିଳେ । ମନରୁ ଅପସରିଯାଏ ଖରାପ ଭାବନା । ଏହି ବିଶ୍ୱାସ ଯୁଗ ଯୁଗଧରି ରହିଆସିଛି । ସେଥିପାଇଁ ଲୋକମାନେ ମନ୍ଦିର ନିର୍ମାଣ କରନ୍ତି । ଠାକୁର ସ୍ଥାପନ କରି ପୂଜାର୍ଚ୍ଚନା କରନ୍ତି । ଜଗତ କଲ୍ୟାଣ ପାଇଁ ମନ୍ଦିରରେ ହୋମଯଜ୍ଞ କରିବା ସହ ଦରିଦ୍ରନାରାୟଣଙ୍କ ସେବା କରିଥାନ୍ତି । ତେବେ ମହାମାରୀ କରୋନା ଭୂତାଣୁକୁ ଲୋକେ ଦେବୀଭାବେ ଗ୍ରହଣ କରି ମନ୍ଦିରରେ ପୂଜାର୍ଚ୍ଚନା କରିବା ଆଶ୍ଚର୍ଯ୍ୟର ବିଷୟ ନିଶ୍ଚୟ । ଏହି ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା ଓ ହୋମଯଜ୍ଞ । ଏ ହେଉଛି କରୋନା ମା’ଙ୍କ ମନ୍ଦିର । କରୋନା ମା’ କୃପା କଲେ ଲୋକେ ଅସୁସ୍ଥ ହେବେ ନାହିଁ । କାହାର ମୃତ୍ୟୁ ହେବ ନାହିଁ । ଏହି ବିଶ୍ୱାସରେ ଚାଲିଛି କରୋନା ମା’ଙ୍କ ପୂଜାର୍ଚ୍ଚନା ।

ଏ ଭଳି ମନ୍ଦିର ରହିଛି ତାମିଲନାଡୁର କୋଏମ୍ବାଟୁର ନିକଟସ୍ଥ କମାତ୍ ଚି ପୁରମ୍ରେ । ଅଦୃଶ୍ୟ ଭୂତାଣୁ କରୋନା ମା’ଙ୍କ କୋପରୁ ବର୍ତ୍ତିବା ପାଇଁ ଗାଁ ଲୋକେ ଏକାଠି ହୋଇଥିଲେ । ତିଆରି କରିଛନ୍ତି ମନ୍ଦିର । ମନ୍ଦିରରେ ସ୍ଥାପନା ହୋଇଛନ୍ତି ଦେଢଫୁଟ ଉଚ୍ଚର ଗ୍ରାନାଇଟ୍ରେ ନିର୍ମିତ କରୋନା ମା’ଙ୍କ ମୂର୍ତ୍ତି । ମନ୍ଦିର ପରିଚାଳନା ପାଇଁ ଗାଁ ଲୋକମାନେ ଏକ କମିଟି ଗଠନ କରିଛନ୍ତି । କରୋନାର ଦ୍ୱିତୀୟ ଲହର ଦେଶବାସୀଙ୍କୁ ଅତିଷ୍ଠ କରିପକାଉଥିବାରୁ ମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା । ୪୮ଦିନ ଧରି ଚାଲିବ ଏହି ପୂଜାର୍ଚ୍ଚନା । ତେବେ କୋଭିଡ କଟକଣା ପାଇନˆରୋନା ମା’ଙ୍କ ମନ୍ଦିରକୁ ଭକ୍ତଙ୍କ ପ୍ରପେଶ ନିଷେଧ ଥିଲେ ମଧ୍ୟ ସ୍ୱତନ୍ତ୍ର ପୂଜାର୍ଚ୍ଚନାରେ କେଔରସି ସମସ୍ୟା ନାହିଁ । ପୂଜକ ଓ ପୁରୋହିତମାନେ ବିଧିବିଧାନ ଅନୁସାରେ କରୋନା ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନାରେ ଲାଗିପଡିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା