Masthead

ଦିଲ୍ଲୀରେ ୧୯୭ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶର ରାଜଧାନୀ ଦିଲ୍ଲୀରେ ଆଜି ୧୯୭ ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି । ତେଣେ କରୋନା ଭଳି ବ୍ଲାକ୍ ଫଙ୍ଗସ ବିରୋଧରେ ଦେଶରେ ଲଢେଇ ଜୋରଦାର କରିବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ବ୍ଲାକ୍ ଫଙ୍ଗସ ପାଇଁ ଅତ୍ୟନ୍ତ ଜରୁରୀ ଇନଫୋଟେରେସିନ୍‌-ବି’ ଟାବଲେଟ୍ ଓ ଏମ୍ପୋ -ବି ଇଞ୍ଜେକସନ୍ ଅଭାବ ଦୂର ପାଇଁ କେନ୍ଦ୍ର ସରକାର ମେଡିସିନ୍ ଉତ୍ପାଦନ କରୁଥିବା ୫କମ୍ପାନୀଙ୍କୁ ଦାୟିତ୍ୱ ଦେଇଛନ୍ତି ।

କେନ୍ଦ୍ର କେମିକାଲ ଓ ସାର ବିଭାଗ ମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିଛନ୍ତି ବ୍ଲାକ୍ ଫଙ୍ଗସ ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର ଆଉ ୫କମ୍ପାନୀଙ୍କୁ ଦାୟିତ୍ୱ ଦେଇଛନ୍ତି । ବ୍ଲାକ୍ ଫଙ୍ଗସ ସଂକ୍ରମଣର ଚିକିତ୍ସା ପାଇଁ ଏଣିକି ଆଉ ଔଷଧ ଅଭାବ ରହିବ ନାହିଁ । ପୂର୍ବରୁ ୬ଟି କମ୍ପାନି ଇନଫୋଟେରେସିନ୍‌-ବି’ ଟାବଲେଟ୍ ଓ ଏମ୍ପୋ -ବି ପ୍ରସ୍ତୁତ କରୁଥିଲେ । ଏବେ ଆଉ ୫ କମ୍ପାନିକୁ ଦାୟିତ୍ୱ ଦିଆଯାଇଥିବାରୁ ତିନିଦିନ ଭିତରେ ଔଷଧ ଅଭାବ ଦୂର ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି 🔴 ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ 🔴 କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆଜି ବିଶ୍ୱ ଦୌଡକୁଦ ଲଢ଼େଇ 🔴 ପୁଣି ୧ନଂ ହାଟରେ ନିଆଁ 🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ 🔴 ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ 🔴 ଭିଜିଲାନ୍ସର ଖୋଳତାଡ଼, ଫସିବେ ବାବୁ 🔴 ସ୍ୱାମୀ ଲକ୍ଷଣାନନ୍ଦଙ୍କ ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ 🔴 ପୁଣି ବଢ଼ିବ ବର୍ଷା! 🔴 ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି 🔴 ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ 🔴 କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆଜି ବିଶ୍ୱ ଦୌଡକୁଦ ଲଢ଼େଇ 🔴 ପୁଣି ୧ନଂ ହାଟରେ ନିଆଁ 🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ 🔴 ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ 🔴 ଭିଜିଲାନ୍ସର ଖୋଳତାଡ଼, ଫସିବେ ବାବୁ 🔴 ସ୍ୱାମୀ ଲକ୍ଷଣାନନ୍ଦଙ୍କ ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ 🔴 ପୁଣି ବଢ଼ିବ ବର୍ଷା!