Masthead

ଡରାଉଛି କୋଭିଡର ନୂଆ ଷ୍ଟ୍ରେନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଡରାଉଛି କୋଭିଡର ନୂଆ ଷ୍ଟ୍ରେନ । ନୂଆ ଷ୍ଟ୍ରେନ ଉପରେ ପ୍ରତିଦିନ ଆସୁଛି ନୂଆ ନୂଆ ତଥ୍ୟ । ଗୋଟିଏ ମାସରେ ଦୁଇ ଥର ରୂପ ବଦଳାଉଛି କୋଭିଡ ଭୂତାଣୁ । ନୂଆ ଷ୍ଟ୍ରେନର ଜେନେଟିକ ଭେରିଏସନ ଓ ମ୍ୟୁଟେସନ ଖୁବ ଶିଘ୍ର ଘଟୁଛି । ଯାହାକୁ ନେଇ ସଂକ୍ରମଣ ଜଣଙ୍କ ପାଖରୁ ଆଉ ଜଣଙ୍କ ପାଖକୁ ଦ୍ରୁତ ଗତିରେ ବ୍ୟାପୁଛି । ସେପଟେ ବ୍ରିଟେନର ଚିହ୍ନଟ ଭୂତାଣୁ ଏବେ ଆୟରଲ୍ୟାଣ୍ଡ ଏବଂ ଇସ୍ରାଏଲରେ ଦ୍ରୁତ ବେଗରେ ବ୍ୟାପିଲାଣି । ବିଶେଷଜ୍ଞଙ୍କ କହିବା କଥା ଆୟରଲ୍ୟାଣ୍ଡ ଓ ଇସ୍ରାଏଲରେ ଚିହ୍ନଟ ଭୂତାଣୁ ଏବଂ ନୂଆ ଷ୍ଟ୍ରେନ ମଧ୍ୟରେ କିଛିଟା ରହିଛି ତାରତମ୍ୟ । ନୂଆ ଷ୍ଟ୍ରେନ ବାବଦରେ ବିଶେଷଜ୍ଞ ବର୍ତମାନ ବି କୌଣସି ସଠିକ ତଥ୍ୟ ରଖି ପାରୁ ନାହାନ୍ତି । ଆକ୍ରାନ୍ତଙ୍କ ଠାରେ ଏହାର ପ୍ରଭାବ କେତେ ପରିମାଣରେ ରହିବ ସେ ନେଇ କିଛି କହିପାରୁ ନାହାନ୍ତି । ସେପଟେ ବ୍ରିଟେନ, ଇସ୍ରାଏଲ ଏବଂ ଆୟାଲ୍ୟାଣ୍ଡରେ ଯେମିତି କୋଭିଡର ନୂଆ ଷ୍ଟ୍ରେନ ଦେଖିବାକୁ ମଳିଛି । ଭାରତରେ ମଧ୍ୟ ଜେନେଟିକ ଭେରିଏସନ ଓ ମ୍ୟୁଟେସନ ହୋଇ ନୂଆ ଭାତାଣୁ ସୃଷ୍ଟି ହୋଇ ପାରେ ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।

ନୂଆ ଷ୍ଟ୍ରେନକୁ ନେଇ ରାଜ୍ୟରେ ବି କକୁଆ ଭୟ । ବିଶେଷ କରି ଭୁବନେଶ୍ୱର ଯଦି ନୂଆ ଷ୍ଟ୍ରେନ ବ୍ୟାପେ ତାହା ମାରାତ୍ମକ ରୂପ ନେବାର ରହିଛି ଆଶଂକା । କାହିଁକି ନା ବ୍ରିଟେନରୁ ଓଡିଶାକୁ ଯେଉଁ ୬୧ ଜଣ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୩୦ ଜଣରୁ ଅଧିକ ଏବେ ଭୁବନେଶ୍ୱରେ । ଦୁଇ ଜଣ ପଜିଟିଭ ଚିହ୍ନଟ ହୋଇ ଏବେ କୋଭିଡ ହସ୍ପିଟାଲରେ ହେଉଛନ୍ତି ଚିକିତ୍ସିତ । ସେମାନଙ୍କ ସମ୍ପଲ କଲେକସନ କରାଯାଇ ପରୀକ୍ଷା ହେଉଛି । ପୂର୍ବରୁ ଓଡିଶାରେ ୬ ପ୍ରକାର କୋଭିଡ ଭୂତାଣୁ ଚିହ୍ନଟ ହୋଇଥିଲା । ଯଦି ଓଡିଶାରେ ଜେନେଟିକ ଭେରିଏସନ ଓ ମ୍ୟୁଟେସନ ହୋଇ ନୂଆ ଭାତାଣୁ ସୃଷ୍ଟି ହୁଏ ତେବେ ସ୍ୱାସ୍ଥ୍ୟ ବିଭାଗ କେତେ ପ୍ରସ୍ତୁତ ଏହାର ମୁକାବିଲା କରିବାକୁ ଏହାକୁ ନେଇ ଏବେ ଉଠିଛି ପ୍ରଶ୍ନ ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା