Masthead

ପଢନ୍ତୁ କରୋନା ସମ୍ପର୍କିତ ଭଲ ଖବର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରୁଷିଆର କରୋନା ଟିକା ସ୍ପୁଟନିକ୍-ଭି ର ଦ୍ୱିତୀୟ ଏବଂ ତୃତୀୟ ପର୍ୟ୍ୟାୟର କ୍ଲିନିକାଲ୍ ପରୀକ୍ଷା ଖୁବଶୀଘ୍ର ଭାରତରେ ହେବ । ଏଥିପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଭାରତୀୟ ଔଷଧ ନିର୍ମାତା ଡକ୍ଟର ରେଡ୍ଡୀଙ୍କ ଲାବୋରେଟୋରୀ(ଡିଆରଏଲ୍)କୁ ଅନୁମୋଦନ କରିଛି । ଦେଶରେ ସ୍ପୁଟନିକ୍ -ଭି ର ଦ୍ୱିତୀୟ ଏବଂ ତୃତୀୟ ପର୍ୟ୍ୟାୟ ମାନବ ପରୀକ୍ଷା ପାଇଁ ଏକକାଳୀନ ଅନୁମତି ଦେବାକୁ ହାଇଦ୍ରାବାଦ ଭିତ୍ତିକ ଏହି ଫାର୍ମାସ୍ୟୁଟିକାଲ୍ ଫାର୍ମ ଅକ୍ଟୋବର ୧୩ରେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆକୁ ଆବେଦନ କରିଥିଲା । ଡିଆରଏଲ୍ର ଆବେଦନକୁ ଡିସିଜିଆଇ ସବୁଜ ସଙ୍କେତ ଦେଇଛି ।

ବହୁ ବିଚାର ବିମର୍ଷ ପରେ ଶୁକ୍ରବାର କରୋନା ସମ୍ପର୍କିତ ବିଶେଷଜ୍ଞ କମିଟି ଶେଷରେ ସମ୍ଭାବ୍ୟ ଟିକାକରଣ ପାଇଁ ଯୋଜନା ପ୍ରସ୍ତୁତ କରିଛି । ଦ୍ୱିତୀୟ ପର୍ୟ୍ୟାୟ ଟିକାକରଣକୁ ପ୍ରଥମେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦ୍ୱିତୀୟ ପର୍ୟ୍ୟାୟର ସଫଳତା ପରେ ତୃତୀୟ ପର୍ଯ୍ୟାୟରେ ମାନବ ପରୀକ୍ଷାକୁ ଅନୁମତି ମିଳିବ ବୋଲି ବିଶେଷଜ୍ଞ କମିଟି ସ୍ପଷ୍ଟ କରିଛି ।
ସ୍ପୁଟନିକ୍-ଭି ରୁଷିଆରେ ପରୀକ୍ଷା କରାଯାଇଥିଲା । ଏହି ଟିକା ଗମାଲାୟା ଜାତୀୟ ଅନୁସନ୍ଧାନ କେନ୍ଦ୍ର ଏପିଡେମୋଲୋଜି ଏବଂ ମାଇକ୍ରୋବାଓଲୋଜି ଦ୍ୱାରା ମିଳିତ ଭାବେ ବିକଶିତ ହୋଇଛି । ରୁଷିଆ ନିର୍ମିତ ସ୍ପୁଟନିକ୍-ଭି, ବିଶ୍ୱରେ ପ୍ରଥମ କରୋନା ଟିକା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ