Masthead

ବିଜେବି ଏମ୍ଏଜେଏମସିର ପ୍ରଥମ ଆଲୁମିନ୍ ମିଟ୍: ଏକାଠି ହେଲେ, ଖୁସି ବାଣ୍ଟିଲେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେବି ଏମ୍.ଏ.ଜେ.ଏମ୍.ସି ବିଭାଗର ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗଠନ ହୋଇଥିବା ଆଲୁମିନା ଆସୋସିଏସନର ପ୍ରଥମ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅକ୍ଟୋବର ୨୦ ତାରିଖ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଖଣ୍ଡଗିରି ନିକଟସ୍ଥ ଜୟଦେବ ବାଟିକାରେ ଆୟୋଜିତ ଏହି ମିଳନ ପର୍ବରେ ୨ ଶହରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତେ ନିଜ ନିଜର ଅଭିଜ୍ଞତା ଆଦାନ ପ୍ରଦାନ କରିବା ସହ କଲେଜରେ ବିତିଥିବା ସ୍ମରଣୀୟ ମୁହୂର୍ତ୍ତକୁ ପୁନଃ ସ୍ମରଣ କରିଥିଲେ ଏବଂ ନାଚଗୀତ ଓ ଭୋଜିଭାତର ମଜା ନେଇଥିଲେ। ଏହି ଦିବସ ଆଲୁମିନାର ସମସ୍ତ ସଦସ୍ୟଙ୍କ ପାଇଁ ଏକ ସୁବର୍ଣ୍ଣ ଦିନ ଥିଲା । ଏହି ଅବସରରେ ସବୁଜ ପରିବେଶ ଲକ୍ଷ୍ୟରେ ‘ବୃକ୍ଷ ବନ୍ଧୁ’ କାର୍ଯ୍ୟକ୍ରମ ଜରିଆରେ ଆଲୁମିନାର ଶତାଧିକ ସଦସ୍ୟ ମାନଙ୍କୁ ଉପସ୍ଥିତ ଅତିଥିମାନେ ବୃକ୍ଷ ଚାରା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ରୂପେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ କରାଯାଇଥିଲା । ତେବେ ଆଗାମୀ ଦିନରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ସ୍ବେଚ୍ଛାକୃତ ଭାବେ ଦକ୍ଷ କରିବା ଦିଗରେ ଏହି ଅନୁଷ୍ଠାନ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ନେଇଛି।

ଆୟୋଜିତ ଏହାର ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେବି କଲେଜର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ନଳୀନ କୁମାର ପାତ୍ର ଯୋଗ ଦେଇଥିଲେ। ଉପଦେଷ୍ଟା ସ୍ବୟଂ ପ୍ରକାଶ ମହାପାତ୍ର, ସଭାପତି ଦିଲ୍ଲୀପ କୁମାର ରାଉତ, ସାଧାରଣ ସମ୍ପାଦକ ଲିପୁନ କୁମାର ପରିଡ଼ାଙ୍କ ସମେତ ଆଲୁମିନା ଆସୋସିଏସନ୍ ର ବରିଷ୍ଠ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ, ବୈଠକକୁ ଯୁଗ୍ମ ସମ୍ପାଦକ ବିବର୍ତ୍ତନ ପଣ୍ଡା ପରିଚାଳନା କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି