Masthead

କରୋନା ଟିକା ପାଇଁ ନାମ ପଞ୍ଜୀକରଣ ବାଧ୍ୟତାମୂଳକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ କରୋନା ପ୍ରତିଷେଧକ ଟିକା ନେବାକୁ ବାଧ୍ୟ କରାଯିବ ନାହିାଁ ଏହା ସମ୍ପୂର୍ଣ୍ଣ ଇଚ୍ଛାଧୀନ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏହାସହ ବିଶ୍ୱରେ ଅନ୍ୟାନ୍ୟ ଦେଶରେ ପ୍ରସ୍ତୁତ ହେଉଥିବା ଟିକା ଭଳି ଭାରତରେ ତିଆରି ହେଉଥିବା ପ୍ରତ୍ୟେକ ଟିକାର ପ୍ରଭାବ ଓ କାର୍ଯ୍ୟଦକ୍ଷତା ମଧ୍ୟ ସମାନ ବୋଲି ମନ୍ତ୍ରାଳୟ କହିଛି । ଯଦି କୌଣସି ବ୍ୟକ୍ତି ପୂର୍ବରୁ କୋଭିଡ-୧୯ ସଂକ୍ରମିତ ହୋଇସାରିଛନ୍ତି ସେ ଟିକା ନେଇପାରିବେ । ଟିକା ନେବା ଦ୍ୱାରା ତାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ।

ଜଣେ ବ୍ୟକ୍ତି ଟିକାର ଦୁଇଟି ଯାକ ଡୋଜ୍ ନେବାକୁ ପଡିବ । ପ୍ରଥମ ଡୋଜ୍ ନେବାର ୨୮ ଦିନ ଭିତରେ ଦ୍ୱିତୀୟ ଡୋଜ୍ ନେବେ । ଦ୍ୱିତୀୟ ଡୋଜ୍ ନେବାର ଦୁଇ ସପ୍ତାହ ପରେ ଶରୀରରେ କରୋନା ଭାଇରସ୍ ବିରୋଧରେ ଲଢିବାକୁ ଆଂଟିବଡି ସୃଷ୍ଟି ହେବ । ବର୍ତମାନ ଭାରତରେ ୬ଟି ଟିକାର ବିଭିନ୍ନ ପର୍ଯ୍ୟାୟ ପରୀକ୍ଷା ଚାଲିଛି । ତେବେ ଟିକା ନେବା ପରେ କିଛି ଲୋକଙ୍କ ଠାରେ ସାମାନ୍ୟ ଜ୍ୱର, ପୀଡା କିମ୍ବା ଯନ୍ତ୍ରଣା ଭଳି ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇପାରେ । କ୍ୟାନସର, ଡାଇବେଟିସ, ରକ୍ତଚାପ ଭଳି ରୋଗରେ ପୀଡିତ ବ୍ୟକ୍ତିମାନେ ଔଷଧ ସେବନ କରୁଥିଲେ ମଧ୍ୟ ଟିକା ନେଇପାରିବେ । ଟିକା ନେବା ପରେ ହିତାଧିକାରୀଙ୍କୁ କେନ୍ଦ୍ରରେ ୩୦ ମିନିଟ ରହିବାକୁ ପଡିବ ।

ସେହି ସମୟରେ ତାଙ୍କଠାରେ ପାଶ୍ୱର୍ ପ୍ରତିକ୍ରିୟା ଅନୁଧ୍ୟାନ କରାଯିବ । ଯଦି ପରେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜେ ତେବେ ସେ ସ୍ଥାନୀୟ ଆଶାକର୍ମୀ, ଏଏନ୍ଏମ୍ କିମ୍ବା ସ୍ୱାସ୍ଥ୍ୟ କର୍ତୃପକ୍ଷଙ୍କୁ ଜଣାଇପାରିବେ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ । ପରେ ୫୦ ବର୍ଷରୁ ଅଧିକ ବୟସର ତଥା ଅନ୍ୟାନ୍ୟ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଦିଆଯିବା ଲାଗି ପଦକ୍ଷେପ ନିଆଯିବ । ତେବେ ଟିକା ନେବାକୁ ଥିବା ହିତାଧିକାରୀଙ୍କୁ ଅନଲାଇନରେ ପୂର୍ବରୁ ନାମ ପଞ୍ଜୀକରଣ କରିବାକୁ ପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ