Masthead

ପାକିସ୍ତାନକୁ ଘାରିଛି ସର୍ଜିକାଲ ଷ୍ଟ୍ରାଇକର ଭୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପ୍ରତିଦିନ ପାକିସ୍ତାନ ସରକାରଙ୍କୁ ସର୍ଜିକାଲ ଷ୍ଟ୍ରାଇକର ଭୟ ଦେଖାଦେଉଛି । ଯାହାକୁ ନେଇ ପାକିସ୍ତାନରେ ହଇଚଇ ସୃଷ୍ଟି ହେଉଛି । ପାକିସ୍ତାନର ବିଦେଶ ମନ୍ତ୍ରୀ ମେହମୁଦ କୁରେଶୀଙ୍କୁ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକର ଭୟ ଘାରିଲାଣି । ଦୁବାଇରେ କୁରେଶୀଙ୍କ ଏକ ପ୍ରେସମିଟ୍ ସାମ୍ନାକୁ ଆସିଛି । ସେ କହିଛନ୍ତି, ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି ।

ଏପରିକି ସର୍ଜିକାଲ ଷ୍ଟ୍ରାଇକ୍ ମଧ୍ୟ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଏହାର ପ୍ରମାଣ ମଧ୍ୟ ରହିଛି । ଏ ନେଇ ଦେଶର ଗୁଇନ୍ଦା ଅଧିକରୀମାନେ ରିପୋର୍ଟ ଦେଇଛନ୍ତି ବୋଲି ସେ କହିଛନ୍ତି । ସେପଟେ ପ୍ରେସମିଟରେ ନିଜ ସରକାର ବିରୋଧରେ ଚାଲିଥିବା ଅଭିଯାନ ସମ୍ପର୍କରେ କହିଥିଲେ । କୁରେଶୀ କହିଛନ୍ତି, ପାକିସ୍ତାନରେ ଏବେ ଉତ୍ତେଜନାପୂର୍ଣ୍ଣ ମାହୋଲ ରହିଛି । ତେବେ ଗତବର୍ଷ ମଧ୍ୟ କୁରେଶୀ ଏପରି ଅଭିଯୋଗ ଆଣିଥିଲେ, କିନ୍ତୁ ଭାରତ ଏହାକୁ ଖଣ୍ଡନ କରିଦେଇଥିଲା । ସୂଚନାଯୋଗ୍ୟ ୨୦୧୬ରେ ଭାରତୀୟ ସେନା ପିଓକେରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ୍ କରିଥଲେ । ଏହି ଆକ୍ରମଣରେ ଅନେକ ଆତଙ୍କବାଦୀ ନିହତ ହେବା ସହ ଲଂଚ ପ୍ୟାଡ଼ ମଧ୍ୟ ଧ୍ୱଂସ କରିଥିଲେ । ଯାହାକୁ ନେଇ ପାକିସ୍ତାନ ଥରହର ହୋଇଉଠିଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା