Masthead

ଟିକା ନେଲା ୨୩ ଜୀବନ

ନରୱେ(ବଡ଼ ଖବର): ନରୱେରେ ଭ୍ୟାକ୍ସିନ ନେଲା ୨୩ ଜୀବନ । ମହାମାରୀକୁ ମାତ ଦେବାପାଇଁ ଟିକାର ବ୍ୟବହାର କରାଯାଉଥିବା ବେଳେ ଏହାର ସାଇଡ ଇଫେକ୍ଟ ମହାମାରୀଠୁବି ଆହୁରି ଭୟଙ୍କର ପାଲଟିଯାଇଛି । କରୋନା ଭ୍ୟାକ୍ସିନ ‘ଫାଇଜର’ର ସାଇଡ ଇଫେକ୍ଟରେ ନରୱେରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱର ବିଭିନ୍ନ ଦେଶରେ ଏହି ଭ୍ୟାକ୍ସିନ ପ୍ରସ୍ତୁତ ହୋଇଥିବା ବେଳେ ଏବେ ଏହା ଲୋକଙ୍କୁ ଦିଆଗଲାଣି । ଏପରି ପରିସ୍ଥିତିରେ ନରୱେ ସରକାର କରୋନା ଭ୍ୟାକ୍ସିନ ଗାଇଡଲାଇନରେ ପରିବର୍ତ୍ତନ କରିଛନ୍ତି । ସେହିପରି ବେଲଜିୟମରେ ଜଣେ ବ୍ୟକ୍ତିଙ୍କୁ ଫାଇଜର ଭ୍ୟାକ୍ସିନ ଦିଆଯିବାର ୫ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) କହିଛି ନରୱେରେ ହେଉଥିବା ମୃତ୍ୟୁ ଉପରେ ଡବ୍ଲୁଏଚ୍‌ଓ ନଜର ରଖିଛି । ତେବେ ନରୱେରେ ଯେଉଁମାନଙ୍କର ମୃତ୍ୟୁ ହୋଇଛି ପ୍ରାୟ ସମସ୍ତଙ୍କ ବୟସ ୮୦ ବର୍ଷରୁ ଊର୍ଦ୍ଧ୍ୱ ଓ ସେମାନେ ଚିକିତ୍ସିତ ହେଉଥିଲେ ।

ଅନ୍ୟପଟରେ ଭାରତରେ ଆଜିଠୁ ଟିକାକରଣ ଆରମ୍ଭ ହୋଇଯାଇଛି । ଏପର୍ଯ୍ୟନ୍ତ କାହାଠାରେ କରୋନା ଭ୍ୟାକ୍ସିନ କୋଭିସିଲ୍ଡ ଓ କୋଭାକ୍ସିନର କୌଣସି ପାଶ୍ୱର୍ ପ୍ରତିକ୍ରୀୟା ଦେଖା ଦେଇନି । ନରୱେର ମୃତ୍ୟୁକୁ ନେଇ ଭାରତରେ ମଧ୍ୟ ରାଜନୀତି ଆରମ୍ଭ ହୋଇଯାଇଛି । କଂଗ୍ରେସ ନେତା ମନିଷ ତିୱାରୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଟିକାକୁ ନେଇ ତାଙ୍କ ଦଳର ସନ୍ଦେହ ଧିରେ ଧିରେ ଘନିଭୂତ ହେଉଛି ଏବଂ ସେ କହିଛନ୍ତି ନରଓ୍ବେରେ କ’ଣ ହେଲା ଦେଖ । ତାହା ଏକ ଅଲଗା ଟିକା ହୋଇପାରେ ସତ ହେଲେ ଟିକା ଜାତୀୟତାବାଦ ପଛରେ ଲୁଚେ ନାହିଁ । ଏହାର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ମନୀଷ ଓ ତାଙ୍କ ଦଳ କେବଳ ଗୁଜବ ଓ ଅବିଶ୍ୱାସ ସୃଷ୍ଟି କରିଚାଲିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା