Masthead

ଟିକା ନେଲା ୨୩ ଜୀବନ

ନରୱେ(ବଡ଼ ଖବର): ନରୱେରେ ଭ୍ୟାକ୍ସିନ ନେଲା ୨୩ ଜୀବନ । ମହାମାରୀକୁ ମାତ ଦେବାପାଇଁ ଟିକାର ବ୍ୟବହାର କରାଯାଉଥିବା ବେଳେ ଏହାର ସାଇଡ ଇଫେକ୍ଟ ମହାମାରୀଠୁବି ଆହୁରି ଭୟଙ୍କର ପାଲଟିଯାଇଛି । କରୋନା ଭ୍ୟାକ୍ସିନ ‘ଫାଇଜର’ର ସାଇଡ ଇଫେକ୍ଟରେ ନରୱେରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱର ବିଭିନ୍ନ ଦେଶରେ ଏହି ଭ୍ୟାକ୍ସିନ ପ୍ରସ୍ତୁତ ହୋଇଥିବା ବେଳେ ଏବେ ଏହା ଲୋକଙ୍କୁ ଦିଆଗଲାଣି । ଏପରି ପରିସ୍ଥିତିରେ ନରୱେ ସରକାର କରୋନା ଭ୍ୟାକ୍ସିନ ଗାଇଡଲାଇନରେ ପରିବର୍ତ୍ତନ କରିଛନ୍ତି । ସେହିପରି ବେଲଜିୟମରେ ଜଣେ ବ୍ୟକ୍ତିଙ୍କୁ ଫାଇଜର ଭ୍ୟାକ୍ସିନ ଦିଆଯିବାର ୫ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) କହିଛି ନରୱେରେ ହେଉଥିବା ମୃତ୍ୟୁ ଉପରେ ଡବ୍ଲୁଏଚ୍‌ଓ ନଜର ରଖିଛି । ତେବେ ନରୱେରେ ଯେଉଁମାନଙ୍କର ମୃତ୍ୟୁ ହୋଇଛି ପ୍ରାୟ ସମସ୍ତଙ୍କ ବୟସ ୮୦ ବର୍ଷରୁ ଊର୍ଦ୍ଧ୍ୱ ଓ ସେମାନେ ଚିକିତ୍ସିତ ହେଉଥିଲେ ।

ଅନ୍ୟପଟରେ ଭାରତରେ ଆଜିଠୁ ଟିକାକରଣ ଆରମ୍ଭ ହୋଇଯାଇଛି । ଏପର୍ଯ୍ୟନ୍ତ କାହାଠାରେ କରୋନା ଭ୍ୟାକ୍ସିନ କୋଭିସିଲ୍ଡ ଓ କୋଭାକ୍ସିନର କୌଣସି ପାଶ୍ୱର୍ ପ୍ରତିକ୍ରୀୟା ଦେଖା ଦେଇନି । ନରୱେର ମୃତ୍ୟୁକୁ ନେଇ ଭାରତରେ ମଧ୍ୟ ରାଜନୀତି ଆରମ୍ଭ ହୋଇଯାଇଛି । କଂଗ୍ରେସ ନେତା ମନିଷ ତିୱାରୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଟିକାକୁ ନେଇ ତାଙ୍କ ଦଳର ସନ୍ଦେହ ଧିରେ ଧିରେ ଘନିଭୂତ ହେଉଛି ଏବଂ ସେ କହିଛନ୍ତି ନରଓ୍ବେରେ କ’ଣ ହେଲା ଦେଖ । ତାହା ଏକ ଅଲଗା ଟିକା ହୋଇପାରେ ସତ ହେଲେ ଟିକା ଜାତୀୟତାବାଦ ପଛରେ ଲୁଚେ ନାହିଁ । ଏହାର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ମନୀଷ ଓ ତାଙ୍କ ଦଳ କେବଳ ଗୁଜବ ଓ ଅବିଶ୍ୱାସ ସୃଷ୍ଟି କରିଚାଲିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି