Masthead

ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ବାବୁଙ୍କ ଅମାପ ସମ୍ପତ୍ତି । ନିଶା ପ୍ଲଟ ଆଉ ଜମି କଣିବା । ବେଶୀ ନୁହେଁ କେନ୍ଦୁଝର କେନ୍ଦୁ ଲିଫ୍ ଡିଭିଜନର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ମାତ୍ର ୧୧୫ ପ୍ଲଟ୍ । ଯୁଆଡେ ଦେଖିବ ଖାଲି ପଟ୍ଟା ଆଉ ପାଉତି । ପ୍ଲଟ୍ ଓ ଆଉ ଜମି ଖୋଜିଖୋଜି ଭିଜିଲାନ୍ସ ଅଧିକାରୀଙ୍କ ଝାଳ ବୋହିଗଲାଣି । ଲାପଟପ୍ ଧରି ହିସାବ ଚାଲିଛି । ନକ୍‌ସା ବୁଝିବାକୁ ଅମିନ ଡକାଯାଇଛି ।କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଜମି ନିଶା ଦେଖି ଟେରା ହୋଇଯାଇଛି ପୂରା ଓଡ଼ିଶା ।

ଘର ରାଜମହଲ ବନାଇଛନ୍ତି, ଲକ୍ଷଲକ୍ଷ ଟଙ୍କାର ସାଗୁଆନ କାଠରେ କାମ ହୋଇଛି । ଭିଜିଲାନ୍ସ ଯେତିକି ଖୋଳୁଛି, ବାବଙ୍କୁ ସମ୍ପତ୍ତି ବଢ଼ି ବଢ଼ି ଚାଲିଛି । କେନ୍ଦୁଝରର ଏହି କରିତକର୍ମା ବାବୁ କେମିତି ରାତାରାତି କୋଟିପତି ହେଲେ, ସେନେଇ ଝାଳବୁହା ଜେରା ଚାଲିଛି । ୧୯୯୨ ଏପର୍ଯ୍ୟନ୍ତ ଅନୁଗୁଳ ଛେଣ୍ଡିପଦାରେ କୋଟି କୋଟି ଟଙ୍କାର ୧୧୫ ପ୍ଲଟ କିଣିଛନ୍ତି । ୨୦୨୨ରୁ ୨୦୨୪ ଭିତରେ ୮ଟି ଏବଂ ୨୦୨୪ ପରଠାରୁ ଆଉ ଦୁଇଟି ପ୍ଲଟ୍ କିଣିବା ପରେ ତାଙ୍କ ଉପରେ ଭିଜିଲାନ୍ସର ନଜର ପଡ଼ିଥିଲା ।

ବାବୁଙ୍କ ନାଁରେ ୫୩ଟି, ସ୍ତ୍ରୀଙ୍କ ନାଁରେ ୪୨ଟି, ଦୁଇ ପୁଅଙ୍କ ନାଁରେ ୧୬ଟି ଏବଂ ଝିଅ ନାଁରେ ରହିଛି ୪ଟି ପ୍ଲଟ୍ । ମିଳିଥିବା ମାଳମାଳ ସୁନା, ରୁପା ଗହଣା ଟଙ୍କାକୁ ନେଇ ହିସାବ ନିକାସ ଚାଲିଛି । ଏବେବି ଲକର ଖୋଲା ହୋଇନି । ଏହାସହିତ ବୀମା, ବ୍ୟାଙ୍କରେ ଥିବା ଟଙ୍କାର ହିସାବ ହୋଇନି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସକୁ ମିଳିଥିବା ତଥ୍ୟ କହୁଛି, ବାବୁଙ୍କ ସମ୍ପତ୍ତି ୧୦ କୋଟିରୁ ଊର୍ଦ୍ଧ୍ୱ । ଜଙ୍ଗଲ ଦାୟିତ୍ୱରେ ଥିବା ଏହି ସରକାରୀ ବାବୁଙ୍କ ଏକର ଏକର ଜମି କିଣିବା । ଆଉ ଶାଗୁଆନ କାଠ ପ୍ରେମ ଜଙ୍ଗଲ ବାବୁଙ୍କ ପୋଲ ଖୋଲି ଦେଇଛି । ଭିଜିଲାନ୍ସ ଟେକ୍ନିକାଲ୍ ୱିଙ୍ଗ ଦ୍ୱାରା କୋଠା/ପ୍ଲଟର ମାପ ଏବଂ ମୂଲ୍ୟାୟନ କରାଯାଇ ବ୍ୟାଙ୍କ ଜମା, ଅନ୍ୟାନ୍ୟ ଜମା ଏବଂ ନିବେଶ ମୂଲ୍ୟାଙ୍କନ କରିବା ସହ ତଦନ୍ତ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି