Masthead

ନିଆରା ପକ୍ଷୀପ୍ରେମୀ ବିପ୍ରଚରଣ

ଭଦ୍ରକ, (ବଡ଼ ଖବର ବ୍ୟୁରୋ): ଆଜିର ଏଇ ସ୍ୱାର୍ଥପର ଦୁନିଆରେ ମଣିଷ ହୋଇ ମଣିଷ ମନର କଥା ବୁଝି ପାରୁ ନ ଥିବା ବେଳେ ପଶୁ ପକ୍ଷୀ ଜୀବଜନ୍ତୁଙ୍କ କଥା କିଏ ବା ପଚାରେ । ମହାମାରୀ କରୋନା ଭଳି ଘଡି ସନ୍ଧି ମୁହୂର୍ତ୍ତରେ ଜଣେ ନିଆରା ପକ୍ଷୀ ପ୍ରେମୀଙ୍କୁ ଦେଖିଲେ ଆପଣ ବି କିଛି ସମୟ ପାଇଁ ଆଶ୍ଚର୍ୟ୍ୟ ହୋଇଯିବେ। ଜଣେ ମଣିଷ ସହିତ ପକ୍ଷୀମାନଙ୍କର ଏଭଳି ନିବିଡ ସମ୍ପର୍କ ଦେଖିଲେ ଆପଣଙ୍କ ଆଖି ବି ଛଳ ଛଳ ହୋଇ ଯିବ। ସେମିତି ଜଣେ ନିଆରା ପକ୍ଷୀ ପ୍ରେମୀ ହେଉଛନ୍ତି ବିପ୍ରଚରଣ ଦଳେଇ । ଘର ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ରହଣିଆ ପଞ୍ଚାୟତର ରାଢୋ ଗ୍ରାମରେ। ସେ ପେଶାରେ ଜଣେ ସରକାରୀ କର୍ମଚାରୀ ସତ କିନ୍ତୁ ନିଶା ତାଙ୍କର ପକ୍ଷୀ ପ୍ରେମ । ପକ୍ଷୀ ପ୍ରେମରେ ପାଗଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ପକ୍ଷୀମାନେ ହେଉଛନ୍ତି ତାଙ୍କର ସାଥୀ । ପକ୍ଷାମାନଙ୍କ ସହ ସେ ଅଧିକ ସମୟ ବିତାଇଥାନ୍ତି । ସେଥିପାଇଁ ସେ ପ୍ରାୟ ୪୦୦ରୁ ଉର୍ଦ୍ଧ୍ୱ ଦେଶୀ ବିଦେଶୀ ବିଭିନ୍ନ ପ୍ରଜାତିର ପକ୍ଷୀ ପାଳିଛନ୍ତି।

ଆଉ ନିଜର ଜନ୍ମିତ ସନ୍ତାନର ଠାରୁ ବି ସେମାନଙ୍କର ଅଧିକ ଯତ୍ନ ନେବା ସହିତ ନିଜ ଘରର ଛାତ ଉପରେ ପକ୍ଷୀ ମାନଙ୍କ ପାଇଁ ଏକ ଘର କରି ପକ୍ଷୀ ବିହାର କରିଛନ୍ତି ବିପ୍ରଚରଣ । ପ୍ରତିଦିନ ସେ ପକ୍ଷୀମାନଙ୍କୁ ସକାଳ ଓ ସନ୍ଧ୍ୟାରେ ବାହାରେ ବୁଲାଇବା ସହିତ, ସେମାନଙ୍କ ନିମନ୍ତେ ଖାଦ୍ୟ ପ୍ରସ୍ତୁତି, ପକ୍ଷୀ ବିହାର ସଫା, ଔଷଧ ପ୍ରଦାନ ସମେତ ନିଜର ପିଲା ଭଳି ସମସ୍ତ ଯତ୍ନ ନେଇ ଥାନ୍ତି । ଆଉ ପକ୍ଷୀ ମାନେ ବି ବିପ୍ରଚରଣଙ୍କ ପ୍ରେମରେ ଏମିତି ବନ୍ଧା ହୋଇ ଯାଇଛନ୍ତି, ବିପ୍ରଚରଣ ଆ ଆ କହି ଡାକି ଦେଲା ମାତ୍ରେ ସମସ୍ତେ ଚାଲି ଆସନ୍ତି ତାଙ୍କ ପାଖକୁ । ଏତେ ନିବିଡ ପ୍ରେମ ଆପଣ ନ ଦେଖିଲେ ବିଶ୍ୱାସ କରି ପାରିବେନି । ଉପବାସ ରହି ଯାଆନ୍ତି । ନିଜ ଆୟରୁ ପକ୍ଷୀ ମାନଙ୍କ ନିମନ୍ତେ ଖାଦ୍ୟ, ଔଷଧ, ତଥା ନୂତନ ପକ୍ଷୀ କ୍ରୟ ନିମନ୍ତେ ବହୁ ଖର୍ଚ୍ଚ କରନ୍ତି ବିପ୍ରଚରଣ । ତାଙ୍କର ଏହି କାର୍ୟ୍ୟରେ ତାଙ୍କ ମା’, ଭାଇ, ସ୍ତ୍ରୀ, ଝିଅ, ପୁତୁରା ଆଦି ସହଯୋଗ କରିଥାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼