Masthead

ଜୀବିକା ମିଶନ ଯୋଜନାରେ ଦୁର୍ନୀତି

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ) ମହିଳା ସଶକ୍ତିକରଣ ପାଇଁ ଚାଲିଥିବା ଜୀବିକା ମିଶନ ଯୋଜନା ହୋଇଛି ବାଟବଣା।ମହିଳାମାନଙ୍କୁ ଭୂଆଁ ବୁଲାଇ ଜୀବିକା ମିଶନ ଦ୍ୱାରା ନିଯୁକ୍ତ ସି.ଆର.ପି ଚଳୁ କରିଦେଲେ ଲକ୍ଷ ଲକ୍ଷ ଟଙ୍କା। ସାତଲକ୍ଷରୁ ଉର୍ଦ୍ଧ ଟଙ୍କା ଠକି ନେଇଥିବା ଅଭିଯୋଗ କରିଛନ୍ତି ମହିଳାମାନେ । ଫଳରେ ସିଆରପି ଓ ମହିଳାମାନେ ହୋଇଛନ୍ତି ମୁହାଁମୁହିଁ। ଘଟଣାକୁ ନେଇ ଶତାଧିକ ମହିଳା ଥାନା ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅଞ୍ଚଳରେ। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କୁଞ୍ଜକୋଠି ପଞ୍ଚାୟତରେ ଥିବା ୧୭ଟି ତୃପ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ସାତଲକ୍ଷରୁ ଉର୍ଦ୍ଧ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି।ଏରସମା ବ୍ଲକ ଜୀବିକା ମିଶନ ଦ୍ୱାରା ନିଯୁକ୍ତ ସି.ଆର.ପି ଅର୍ଚ୍ଚିତା ମଣ୍ଡଳ ମହିଳାଙ୍କୁ ଭୂଆଁ ବୁଲାଇ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।ସି.ଆର.ପି.ଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ କରିବା ଘଟଣା ସମ୍ପର୍କରେ ମହିଳାମାନେ ଏରସମା ବିଡ଼ିଓ,ଜଗତସିଂହପୁର ଜିଲ୍ଲାପାଳଙ୍କ ସମେତ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରଙ୍କ ଦପ୍ତର ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ।

ଦୀର୍ଘ ଛଅବର୍ଷ ଧରି ଗରିବ ମହିଳାମାନଙ୍କ ଋଣ ଟଙ୍କା ଆଦାୟ କରି ଡିପୋଜିଟ ନକରି ସିଆରପି ଆତ୍ମସାତ କରୁଥିବା ବେଳେ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିଲେ।ଟଙ୍କା ଆତ୍ମସାତ ସମ୍ପର୍କରେ ମହିଳାମାନେ ପଚାରିବାରୁ ସି.ଆର.ପି ଅର୍ଚ୍ଚିତା ମଣ୍ଡଳ ଓ ମହିଳା ମାନଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ସି.ଆର.ପି ମହିଳାମାନେ ତାଙ୍କୁ ମାଡମାରିଥିବା ଏରସମା ଥାନାରେ ଏତଲା ଦେଇଥିଲେ। ଯାହାକୁ ନେଇ ମହିଳାମାନେ ପାଲଟା ଅଭିଯୋଗ କରି ଥାନାରେ ଏତଲା ଦେବା ସହ ଏରସମା ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୁଞ୍ଜକୋଠି ମହିଳା ମହାସଂଘର ଶତାଧିକ ମହିଳା ଏରସମା ଥାନା ପରିସର ତ୍ରିନାଥ ମନ୍ଦିରରେ ବସିଥିବା ବେଳେ ପୋଲିସ ସେମାନଙ୍କୁ ଉଠାଇବାକୁ ଉଦ୍ୟମ କରିଥିଲେ।

ଖବରପାଇ ବିଡିଓଙ୍କ ନିର୍ଦ୍ଦେଶରେ ଜୀବିକା ମିଶନ ଅଧିକାରୀ ଥାନା ଅଧିକାରୀଙ୍କ ଆଲୋଚନା କରିଥିଲେ।ଘଟଣାକୁ ପୋଲିସ ଗୁରୁତ୍ୱ ନଦେବାରୁ ମହିଳାମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଜୀବିକା ମିଶନ ପକ୍ଷରୁ ଲକ୍ଷାଧିକ ଟଙ୍କା ଆତ୍ମସାତ କଥା ତଦନ୍ତ ହୋଇ ସତ୍ୟତା ଜଣାପଡିଥିବାରୁ ବିଡିଓଙ୍କ ନିର୍ଦ୍ଦେଶରେ ଏରସମା ବ୍ଲକ ଜୀବିକା ମିଶନ ପକ୍ଷରୁ ଏରସମା ଥାନାରେ ସି.ଆର.ପି ଅର୍ଚ୍ଚିତା ମଣ୍ଡଳ ନାମରେ ଏତଲା ଦିଆଯାଇଛି।

ଅଭିଯୁକ୍ତା ସି.ଆର.ପି ଏରସମା ଥାନାରେ ଚୌକିଦାର ଥିବା ଶଙ୍କର ମଲ୍ଲିକଙ୍କ ବୋହୁ ହୋଇଥିବାରୁ ପୋଲିସ ପକ୍ଷପାତିତା କରୁଥିବା ମହିଳା ମାନେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତା ଅର୍ଚ୍ଚିତା ମଣ୍ଡଳ ଲକ୍ଷାଧିକ ଟଙ୍କା ଆତ୍ମସାତ କଥାକୁ ଅସ୍ୱୀକାର କରିବା ସହ ମହିଳାମାନେ ତାଙ୍କୁ ମାଡମାରିଥିବା ଅଭିଯୋଗ କରିଛନ୍ତି।ବ୍ଲକ ପ୍ରଶାସନ ପକ୍ଷରୁ ଏରସମା ଥାନାରେ ଏତଲା ଦିଆଯାଇ ମହିଳା ମାନଙ୍କୁ ନ୍ୟାୟ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଛି। ଏନେଇଏରସମା ଥାନା ପକ୍ଷରୁ ଅନୁସନ୍ଧାନ ଚାଲିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ