Masthead

କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ମହାଦୁର୍ନୀତି

ରେମୁଣା(ବଡ଼ ଖବର ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ରେମୁଣା କ୍ଷୀରଚୋରା ଗୋପିନାଥ ମନ୍ଦିରରେ ଘୋର ଅବ୍ୟବସ୍ଥା । ବିଶ୍ଵ ପ୍ରସିଦ୍ଧ କ୍ଷୀରଚୋରା ଗୋପିନାଥ ମନ୍ଦିରର ଦାୟିତ୍ଵ ଦେବତ୍ତୋର ବିଭାଗ ନେଇଥିବା ବେଳେ ମନ୍ଦିରର ୩୩୦ ଏକର ଜମି ଠାରୁ ଆରମ୍ଭ କରି କ୍ଷୀରି ଭୋଗ ପର୍ଯ୍ୟନ୍ତ ସବୁଥିରେ ଅବ୍ୟବସ୍ଥା ଲାଗିରହିଛି । ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟ କିମ୍ବା ସୁସ୍ଥ ପାନୀୟଜଳର ବ୍ୟବସ୍ଥା ନାହିଁ, ପାଖରେ ଥିବା ଫାଣ୍ଡିରେ ତାଲା ଝୁଲୁଛି। ଦେଶ ବିଦେଶରୁ ଆସୁଥିବା ଭକ୍ତଙ୍କ ଠାରୁ ଅଧିକ ଟଙ୍କା ନେଇ ନିମ୍ନମାନର କ୍ଷୀରି ଭୋଗ ଦିଆଯାଉଥିବା କଥା ସାମ୍ନାକୁ ଆସିଛି।

ପିଠରେ ବିରାଜମାନ ଗୋପିନାଥ, ପାର୍ଶ୍ଵରେ ଥିବା ମଦନମୋହନ ଓ ଗୋବିନ୍ଦ ଙ୍କର ୨୫ ବର୍ଷ ଧରି ସୁନା ବେଶ ହୋଇନାହିଁ। ଖାଲି ସେତିକି ନୂହେଁ ଠାକୁରଙ୍କ ସୁନା, ରୂପା ଆଦି ଗହଣା ଓ ବ୍ୟାଙ୍କରେ ଥିବା ପ୍ରଚୁର ଅର୍ଥର ଆତ୍ମସାତ୍ ଓ ନୀତିକାନ୍ତିର ବିଭ୍ରାଟ ନେଇ ବରମ୍ବାର ଅଭିଯୋଗ ହୋଇଛି। ୩୧୧ ଏକର ଜମି ପୁନରୁଦ୍ଧାର ଓ ଖଜଣା ଆଦାୟ ଏପର୍ଯ୍ୟନ୍ତ ହୋଇପାରିନାହିଁ । ଉଚ୍ଚନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ କଟକ ଦେବତ୍ତୋର ବିଭାଗର ଆଡିସିନାଲ କମିଶନର ଓ ବାଲେଶ୍ଵର ଉପ ଜିଲ୍ଲାପାଳ କ୍ଷୀରଚୋରା ଗୋପିନାଥ ମନ୍ଦିର ପରିଦର୍ଶନ କରିବା ସହ ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ଦିନରେ କେବେ କ୍ଷୀରଚୋରା ଗୋପୀନାଥ ମନ୍ଦିରର ବ୍ୟବସ୍ଥାରେ ସୁଧାର ଆସିବ ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ