Before Header

ସର୍ଜିକାଲ୍ ଷ୍ଟ୍ରାଇକ୍ ଡେ, ପଢନ୍ତୁ ସେଦିନ ରାତିର ପୁରା ଘଟଣା…

0 30

ଭୁବନେଶ୍ଵର( ବଡ଼ ଖବର ବ୍ୟୁରୋ ): ୨୦୧୬ ସେପ୍ଟେମ୍ବର ୨୮-୨୯ ମଧ୍ୟ ରାତ୍ରି । ସମଗ୍ର ଦେଶ ଶୋଇଥିଲା ନିଘୋଡ଼ ନିଦରେ। ରୁଦ୍ଧଦ୍ଵାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ କିଛି ବରିଷ୍ଠ ନେତା ନୂଆ ଭାରତର ସ୍କ୍ରିପ୍ଟ ଲେଖୁଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଆକ୍ସନ ଦେଖିଥିଲା ଦେଶ । କିନ୍ତୁ ରିଆକସନ ଥିଲା ପାକିସ୍ତାନର । ଭାରତୀୟ ସେନା ପାକିସ୍ତାନ ସୀମାରେ ପଶି ଆତଙ୍କବାଦୀ ଶିବିରକୁ ଧ୍ବଂସ କରିଦେଇଥିଲା। ୨୯ ସକାଳୁ, ବିଶ୍ଵ ଦେଖିଥିଲା ନୂଆ ଭାରତର ସୂର୍ଯ୍ୟଦୟ ।

୧୮ ସେପ୍ଟେମ୍ବର ୨୦୧୬ ରେ, ପାକିସ୍ତାନର ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରର ଉରି ସେକ୍ଟରରେ ଭାରତୀୟ ସେନା ଶିବିର ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଭାରତର ଅନେକ ଯବାନ ସହିଦ ହୋଇଥିଲେ। ସାରା ଦେଶରେ ଅସନ୍ତୋଷ ଦେଖାଦେଇଥିଲା। ତା’ପରେ ପ୍ରଧାନମନ୍ତ୍ରୀ କହିଥିଲେ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି। ଆକ୍ରମଣକାରୀମାନଙ୍କୁ ସେମାନଙ୍କୁ ତାଙ୍କରି ଭାଷାରେ ଜବାବ ଦିଆଯିବ। ଆମ ସୈନିକଙ୍କ ବଳିଦାନ ବୃଥା ଯିବ ନାହିଁ। ଏହି ଆକ୍ରମଣର ଜବାବରେ ଆତଙ୍କବାଦୀ ଗୋଷ୍ଠୀ ବିରୁଦ୍ଧରେ ୨୮-୨୯ ସେପ୍ଟେମ୍ବର ରାତିରେ କାଉଣ୍ଟର ଆଟାକ୍ ଆରମ୍ଭ କରିଥିଲା ଭାରତ।

ଭାରତର ଏଭଳି କଠୋର ଆଭିମୁଖ୍ୟ କେବଳ ପାକିସ୍ତାନ କାହିଁକି ସମଗ୍ର ବିଶ୍ଵକୁ ଚମକେଇଦେଇଥିଲା । ସେପ୍ଟେମ୍ବର ୨୮-୨୯ ର ମଧ୍ୟ ରାତିରେ ଭାରତୀୟ ସେନାର ସ୍ଵତନ୍ତ୍ର ବାହିନୀ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି) ପାର କରିଥିଲା । ଆଉ କାଶ୍ମୀର ଦଖଲ କରିଥିବା ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରି ଧୂଳିସାତ୍ କରିଦେଇଥିଲା। ଏଥିରେ ପାକିସ୍ତାନୀ ଆତଙ୍କବାଦୀଙ୍କ ୬ ଟି ଲଞ୍ଚପ୍ୟାଡ୍ ମାଟିରେ ମିଶିଯାଇଥିଲା। ପ୍ରାୟ ୪୫ ଆତଙ୍କବାଦୀ ପ୍ରାଣ ହରାଇଥିଲେ।

ଏହି ଆକ୍ରମଣର ଦୁଇ ବର୍ଷ ପରେ, ୨୦୧୮ ରେ, ଭାରତ ସରକାର ଆଜିର ଦିନକୁ ସର୍ଜିକାଲ୍ ଷ୍ଟ୍ରାଇକ୍ ଦିବସ ପାଳନ କରୁଛନ୍ତି। ଏହି ସର୍ଜିକାଲ ଷ୍ଟ୍ରାଇକକୁ ସର୍ବୋତ୍ତମ ସାମରିକ ଅପରେସନ୍ ଭାବରେ ସ୍ମରଣ କରାଯାଇଥାଏ । କାରଣ କୌଣସି ଭାରତୀୟ ଯବାନ ଶତ୍ରୁ ସ୍ଥିତିକୁ ନଷ୍ଟ କରିବା ସମୟରେ ସାମାନ୍ୟ ଆହତ ମଧ୍ୟ ହୋଇନଥିଲେ। ଭାରତର ପ୍ରତିଶୋଧ ପାକିସ୍ତାନକୁ ବଡ଼ ଶିକ୍ଷା ଦେିଥିଲା । ପ୍ରଥମ ଥର ପାଇଁ ସୀମାପାର ହୋଇ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଭାରତ। ୨୮-୨୯ ସେପ୍ଟେମ୍ବର ରାତିରେ ଭାରତୀୟ ସେନାର ସ୍ଵତନ୍ତ୍ର ବାହିନୀର ୧୫୦ କମାଣ୍ଡୋଙ୍କ ସହାୟତାରେ ଏହି ସର୍ଜିକାଲ୍ ଷ୍ଟ୍ରାଇକ୍ କରାଯାଇଥିଲା। ପିଓକେ ରେ ୩ କିଲୋମିଟର ପ୍ରବେଶ କରି ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ନଷ୍ଟ କରିଥିଲେ ଭାରତୀୟ ଜବାନ। ଏମ୍ଆଇ-୧୭ ହେଲିକପ୍ଟର ମାଧ୍ୟମରେ ଏଲଓସି ନିକଟରେ ୧୫୦ କମାଣ୍ଡୋ ଅବତରଣ କରିଥିଲେ । ୨୫ କମାଣ୍ଡୋ ଏଲଓସି ପାର ହୋଇ କାଶ୍ମୀର ଅଧିକୃତ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲେ।

ସେନା ୨୪ ସେପ୍ଟେମ୍ବରରୁ ଏହି ଅପରେସନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା। ନାଇଟ-ଭିଜନ ଉପକରଣ, ଟାଭର୍-୨୧ ଏବଂ ଏକେ-୪୭ ରାଇଫଲ, ରକେଟ୍ ଚାଳିତ ଗ୍ରେନେଡ୍, କ୍ଷେପଣାସ୍ତ୍ର, ହେକଲର ଏବଂ କୋଚ୍ ପିସ୍ତଲ, ଉଚ୍ଚ ବିସ୍ଫୋରକ ଗ୍ରେନେଡ ଏବଂ ପ୍ଲାଷ୍ଟିକ ବିସ୍ଫୋରକ ସାମଗ୍ରୀ ସହିତ ସ୍ପେଶାଲ କମାଣ୍ଡୋମାନେ ସଜ୍ଜିତ ହୋଇଥିଲେ। ଏହି ଟିମରେ ବଛା ବଛା ୩୦ ଜଣ ସୈନିକ ରହିଥିଲେ। ରାତି ୧୨.୩୦ ରେ ଆରମ୍ଭ ହୋଇ ସକାଳ ୪.୩୦ ପର୍ଯ୍ୟନ୍ତ ଚାଲିଥିଲା ଏହି ଅପରେସନ । ଦିଲ୍ଲୀର ଆର୍ମି ମୁଖ୍ୟାଳୟରୁ ରାତିସାରା ସମ୍ପୂର୍ଣ୍ଣ ଅପରେସନ୍ ଉପରେ ନଜର ରଖାଯାଇଥିଲା।

Leave A Reply

Your email address will not be published.