Masthead

ଫିଟିବ ପାଗ, ବଢିବ କୁହୁଡି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଇ ଦୁର୍ବଳ ହୋଇଛି । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରୁ ପୂର୍ବର-ଉତ୍ତରପୂର୍ବ ଆଡକୁ ଗତି କରି ଅବପାତ ସମୁଦ୍ର ଭିତରେ ଦୁର୍ବଳ ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେଣୁ ଗତ ଦୁଇ ଦିନ ହେଲା ଜାରି ରହିଥିବା ଲଗାଣ ବର୍ଷା ଆଜିଠୁ ଛାଡ଼ିବା ଆକଳନ କରାଯାଇଛି। ପାଣିପାଗ ବିଭାଗ ଅନୁସାରେ ରବିବାରଠାରୁ ବର୍ଷା କମିବ । ହେଲେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ । ସୋମବାରଠାରୁ ସାରା ରାଜ୍ୟରେ ପାଗ ଫିଟିପାରେ।ତେବେ ଉପକୂଳ ଜିଲ୍ଲାଗୁଡିକରେ ଆଜି ମଧ୍ୟ ହଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ବର୍ଷାର ପରିମାଣ କମିବାକୁ ଥିବା ବେଳେ ଘନ କୁହୁଡ଼ି ମାଡ଼ି ଆସିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ସହ ଜାରି ରହିବ ଘନ କୁହୁଡି । ଆଜି ରାଜ୍ୟର ୬ଟି ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବ । ସେହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ, ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ । ଘନ କୁହୁଡିରେ ଦୃଶ୍ୟମାନ ଦୂରତା ୨୦୦ ମିଟର ଯାଏଁ ରହିବ । ସୋମବାର ସକାଳ ଯାଏଁ ଘନ କୁହୁଡି ଲାଗିରହିବ ବୋଲି ସତର୍କ କରାଇ ଦେଇଛି ପାଣିପାଗ କେନ୍ଦ୍ର । ଆଜିଠାରୁ ଉତ୍ତର, ଉପକୂଳ ଓଡ଼ିଶାରେ କୋହଲା ପାଗରେ ପରିବର୍ତ୍ତନ ଆସିବ ଓ ବର୍ଷାର ପରିମାଣ କମିପାରେ । ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ପ୍ରାୟତଃ କମିଯିବ ।

ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏହି ୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଦିନିଆ ବର୍ଷା ଯୋଗୁ ମଣ୍ଡିରେ ଗଚ୍ଛିତ ଧାନ ଭିଜି ନଷ୍ଟ ନେଇ କେତେକ ସ୍ଥାନରେ ଚାଷୀ ଆଶଙ୍କା କରୁଛନ୍ତି । ବର୍ଷାରେ ଭିଜି ଯାଇଥିବା ଧାନକୁ ସୁରକ୍ଷିତ ଭାବେ ମଣ୍ଡିକୁ ଆଣି ବିକ୍ରି କରିବା ନେଇ ଚାଷୀ ଚିନ୍ତାରେ ଅଛନ୍ତି । ଉଭୟ ରାଜସ୍ୱ ମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ଏ ନେଇ ଚାଷୀଙ୍କୁ ଆଶ୍ୱସ୍ତ କରିଛନ୍ତି । ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ପ୍ରତି ମଣ୍ଡିରେ ଧାନ ରଖିବାକୁ ଅସ୍ଥାୟୀ ସେଡ୍‌ କରାଯାଇଛି । ମଣ୍ଡିରେ ଧାନ ନଷ୍ଟ ହେବନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି