ଯାଯାବର କଳାକାର ପରିବାର ପକ୍ଷରୁ ବନ୍ଧୁମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ

ପାରାଦ୍ବୀପ(ବଡ଼ ଖବର ବ୍ୟୁରୋ): ଯାଯାବର କଳାକାର ପରିବାର ପକ୍ଷରୁ ବନ୍ଧୁମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନବଜ୍ୟୋତି ୟୁଥ୍ କ୍ଳବ୍ ଦ୍ବାରା ବିଶ୍ବାଳି ଗ୍ରାମରେ ଆୟୋଜିତ ଏହି ବନ୍ଧୁ ମିଳନ ଉତ୍ସବରେ ଓଡ଼ିଶାର ମଞ୍ଚ ନାଟକରେ ପ୍ରତିଦ୍ବନ୍ଦିତା କରୁଥିବା ୨୫ ଗୋଟି ନାଟ୍ୟସଂସ୍ଥା ର ୧୯୯ ଜଣ କଳାକାର ସାମିଲ ହୋଇଥିଲେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଥିବା କଳାକାର ମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ସେମାନଙ୍କ ସହିତ ମିଶିବା ଏବଂ ସେମାନଙ୍କ ସୁଖ ଦୁଃଖ ରେ ସାମିଲ ହେବା ଥିଲା ଏହାର ମୁଖ୍ୟ ଉଦେ୍ଧଶ୍ୟ। କରୋନା ମହାମାରୀ ଯୋଗୁଁ ବର୍ତ୍ତମାନ ବହୁ କଳାକାର ଆର୍ଥିକ ଅନାଟନ ରେ କାଳାତିପାତ କରୁଛନ୍ତି। ଏପରିକି ବହୁ କଳାକାର ଏହି କରୋନା ସମୟରେ ମୃତ୍ୟୁବରଣ କରିଛନ୍ତି। ତେବେ ଯାଯାବର କଳାକାର ପରିବାର ସେମାନଙ୍କ ପରିବାରକୁ ସହାୟତା ପ୍ରଦାନ କରିବାକୁ ପ୍ରୟାସ ଜାରି ରଖିଛି। ଏ ପର୍ୟ୍ୟନ୍ତ ଦୁଇଜଣ କଳାକାରଙ୍କ ପରିବାରକୁ କିଛି କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ଯାଯାବର କଳାକାର ପରିବାର ଦ୍ବାରା ସବୁ କଳାକାରଙ୍କୁ ଏକାଠି କରାଯିବ, ଏବଂ ଓଡିଶାର କଳା, ସଂସ୍କୃତି ର ଅଗ୍ରଗତି କରିବା ପାଇଁ ଚେଷ୍ଟା କରାଯିବ ବୋଲି କଳାକାରମାନେ ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ