Masthead

ଯାଯାବର କଳାକାର ପରିବାର ପକ୍ଷରୁ ବନ୍ଧୁମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ

ପାରାଦ୍ବୀପ(ବଡ଼ ଖବର ବ୍ୟୁରୋ): ଯାଯାବର କଳାକାର ପରିବାର ପକ୍ଷରୁ ବନ୍ଧୁମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନବଜ୍ୟୋତି ୟୁଥ୍ କ୍ଳବ୍ ଦ୍ବାରା ବିଶ୍ବାଳି ଗ୍ରାମରେ ଆୟୋଜିତ ଏହି ବନ୍ଧୁ ମିଳନ ଉତ୍ସବରେ ଓଡ଼ିଶାର ମଞ୍ଚ ନାଟକରେ ପ୍ରତିଦ୍ବନ୍ଦିତା କରୁଥିବା ୨୫ ଗୋଟି ନାଟ୍ୟସଂସ୍ଥା ର ୧୯୯ ଜଣ କଳାକାର ସାମିଲ ହୋଇଥିଲେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଥିବା କଳାକାର ମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ସେମାନଙ୍କ ସହିତ ମିଶିବା ଏବଂ ସେମାନଙ୍କ ସୁଖ ଦୁଃଖ ରେ ସାମିଲ ହେବା ଥିଲା ଏହାର ମୁଖ୍ୟ ଉଦେ୍ଧଶ୍ୟ। କରୋନା ମହାମାରୀ ଯୋଗୁଁ ବର୍ତ୍ତମାନ ବହୁ କଳାକାର ଆର୍ଥିକ ଅନାଟନ ରେ କାଳାତିପାତ କରୁଛନ୍ତି। ଏପରିକି ବହୁ କଳାକାର ଏହି କରୋନା ସମୟରେ ମୃତ୍ୟୁବରଣ କରିଛନ୍ତି। ତେବେ ଯାଯାବର କଳାକାର ପରିବାର ସେମାନଙ୍କ ପରିବାରକୁ ସହାୟତା ପ୍ରଦାନ କରିବାକୁ ପ୍ରୟାସ ଜାରି ରଖିଛି। ଏ ପର୍ୟ୍ୟନ୍ତ ଦୁଇଜଣ କଳାକାରଙ୍କ ପରିବାରକୁ କିଛି କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ଯାଯାବର କଳାକାର ପରିବାର ଦ୍ବାରା ସବୁ କଳାକାରଙ୍କୁ ଏକାଠି କରାଯିବ, ଏବଂ ଓଡିଶାର କଳା, ସଂସ୍କୃତି ର ଅଗ୍ରଗତି କରିବା ପାଇଁ ଚେଷ୍ଟା କରାଯିବ ବୋଲି କଳାକାରମାନେ ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ