Masthead

ନୂଆ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ସି.ପି. ରାଧାକ୍ରିଷ୍ଣନ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଶପଥ ନେବେ ନୂଆ ଉପରାଷ୍ଟ୍ରପତି । ୧୫ତମ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ସି.ପି. ରାଧାକ୍ରିଷ୍ଣନ୍ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ହେବ ଶପଥ ସମାରୋହ । ଇଣ୍ଡି ମେଂଟ ବି.ସୁଦର୍ଶନ ରେଡ୍ଡିଙ୍କୁ ହରାଇ ଜିତିଛନ୍ତି ସି.ପି. ରାଧାକ୍ରିଷ୍ଣନ୍ । ଗତକାଲି ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ସି.ପି ରାଧାକ୍ରିଷ୍ଣନ୍ । ୪୫୨ ଭୋଟ ପାଇ ଉପରାଷ୍ଟ୍ରପତି ଭାବେ ସେ ନିର୍ବାଚିତ ହୋଇଥିବା ବେଳେ ବିରୋଧୀ ପ୍ରାର୍ଥୀ ଭାବେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି. ସୁଦର୍ଶନ ରେଡ୍ଡୀ ମାତ୍ର ୩୦୦ଟି ଭୋଟ ପାଇଥିଲେ । ଆଗାମୀ ୫ବର୍ଷ ଯାଏ ଉପରାଷ୍ଟ୍ରପତି ଭାବେ ତୁଲାଇବେ କାର୍ଯ୍ୟଭାର ।

ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ଉପରାଷ୍ଟ୍ରପତି ପଦ । ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ସିପି ରାଧାକ୍ରିଷ୍ଣନ । ୪୫୨ ଭୋଟ ପାଇ ଉପରାଷ୍ଟ୍ରପତି ଭାବେ ହୋଇଛନ୍ତି ନିର୍ବାଚିତ । ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇଥିଲେ ସିପି ରାଧାକ୍ରିଷ୍ଣନ । ପୂର୍ବରୁ ଝାରଖଣ୍ଡ, ପୁଡୁଚେରୀ, ତେଲେଙ୍ଗାନା ରାଜ୍ୟପାଳ ଥିଲେ । ୧୯୯୮, ୧୯୯୯ରେ କୋଏମ୍ବାଟୁରରୁ ସାଂସଦ ଥିଲେ । ତାମିଲନାଡୁର ପୋଖତ୍‌ ରାଜନେତା ସିପି ରାଧାକ୍ରିଷ୍ଣନ । ୪୦ବର୍ଷର ଦୀର୍ଘ ରାଜନୈତିକ କ୍ୟାରିୟର ରହିଛି ।୧୬ ବର୍ଷ ବୟସରୁ ଆରଏସଏସରେ ସାମିଲ ହୋଇଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ