Masthead

କାହାର ଯିବା ନ ଯିବାରେ ମୋର କୌଣସି ଫରକ ପଡୁନି ମୁଁ ନିଶ୍ଚୟ ଅଯୋଧ୍ୟା ଯିବି: ହରଭଜନ ସିଂହ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ):ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ଅଯୋଧ୍ୟାନଗରୀ । ଏହି ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବେ ଅନେକ ନେତା, ମନ୍ତ୍ରୀ, ସେଲିବ୍ରେଟୀ ଓ କ୍ରିକେଟର । ଏହାକୁ ନେଇ କ୍ରିକେଟର ତଥା ଆପର ରାଜ୍ୟ ସଭା ଏମ୍‌ପି ହରଭଜନ ସିଂହ ନିଜର ପ୍ରତିକ୍ରିୟା ରଖିଛନ୍ତି। ରାଜନୀତି ସହ ଜଡ଼ିତ ଥିଲେ ହେଁ ସେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି କହିଛନ୍ତି।”କାହାର ଯିବା ନ ଯିବାରେ ମୋର କୌଣସି ଫରକ ପଡୁନି ୨୨ ଜାନୁଆରୀରେ ମୁଁ ନିଶ୍ଚୟ ଅଯୋଧ୍ୟା ଯିବି। “

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ହରଭଜନ ସିଂହ ଆହୁରି କହିଛନ୍ତି, “ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ କିଏ ଯିବାକୁ ଚାହୁଁଛି କିମ୍ବା ନଯାଉଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ; କଂଗ୍ରେସ ଯିବାକୁ ଚାହୁଁଛି କି ନାହିଁ କିମ୍ବା ଅନ୍ୟ ଦଳର ନେତାମାନେ ଯାଆନ୍ତୁ କି ନ ଯାଆନ୍ତୁ, ମୁଁ ନିଶ୍ଚିତ ଯିବି। ଭଗବାନଙ୍କ ଉପରେ ବିଶ୍ୱାସ କରୁଥିବା ଜଣେ ବ୍ୟକ୍ତି ଭାବରେ ଏହା ମୋର ବ୍ୟକ୍ତିଗତ ବିଚାର। ଯଦି ମୋର ରାମ ମାନ୍ଦିର ଯିବାକୁ ନେଇ କାହାର କିଛି ଅସୁବିଧା ଥାଏ, ତେବେ ସେମାନଙ୍କର ଯାହା ଇଚ୍ଛା ତାହା କରିପାରିବେ ବୋଲି ଆପ୍ ସାଂସଦ ହରଭଜନ ସିଂହ କହିଛନ୍ତି।” ସେ ଆହୁରି କହିଛନ୍ତି ଯେ, ଆମର ପରମ ସୌଭାଗ୍ୟ ଯେ ଏପରି ଏକ ସମୟରେ ରାମ ମନ୍ଦିର ନିର୍ମାଣ କରାଯାଉଛି, ତେଣୁ ଆମେ ସମସ୍ତେ ମନ୍ଦିର ଯାଇ ଭଗବାନଙ୍କଠାରୁ ଆଶିର୍ବାଦ ଆଣିବା ଉଚିତ୍। ମୁଁ ନିଶ୍ଚିତ ରୂପେ ରାମ ମନ୍ଦିର ଉଦଘାଟନୀ ଉତ୍ସବରେ ପ୍ରଭୁଙ୍କର ଆଶିର୍ବାଦ ପାଇବାକୁ ଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି