Before Header

ସାନିଆଙ୍କ ହାତ ଛାଡି ସାନାଙ୍କୁ ବିବାହ କଲେ ପୂର୍ବତନ କ୍ରିକେଟର ଶୋଏବ ମଲିକ

0 611

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦୀର୍ଘ ଦିନର ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ। ଭାରତୀୟ ଲୋକପ୍ରିୟ ଟେନିସ ଖେଳାଳୀ ସାନିଆ ମିର୍ଜାଙ୍କ ଠାରୁ ଅଲଗା ହେବା ପରେ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ମଲିକ ପୁଣି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଶୋଏବ ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଛନ୍ତି। କିଛିଦିନ ପୂର୍ବରୁ ସାନିଆ ମିର୍ଜା ନିଜର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ଶେୟାର କରିଥିଲେ।

ଯେଉଁଥିରେ ସେ ଲେଖିଥିଲେ, ବିବାହ ବିଚ୍ଛେଦ ବହୁତ କଷ୍ଟ ଦେଇଥାଏ। ସେହିପରି ବିବାହ ମଧ୍ୟ ଯନ୍ତ୍ରଣାଦାୟକ ହୋଇଥାଏ। ଗତ ୧ବର୍ଷ ମଧ୍ୟରେ ଗୁଜବ ହେଉଥିଲା କି, ଦୁହିଁଙ୍କ ମଧ୍ୟରେ କିଛି ବି ଠିକ୍‌ ନାହିଁ। ଦୁହେଁ ଅଲଗା ହେବାକୁ ଯାଉଛନ୍ତି। ବର୍ତ୍ତମାନ ଏହି ଅନୁମାନର ସତ୍ୟତା ଆଜି ସ୍ପଷ୍ଟ ହୋଇଛି। ଶୋଏବ ଓ ସୋନିଆ ୨୦୧୦ ଏପ୍ରିଲ ୧୨ରେ ହାଇଦ୍ରାବାଦରେ ବିବାହ କରିଥିଲେ। ୨୦୧୮ରେ ସେମାନଙ୍କର ଏକ ପୁଅ ହୋଇଥିଲା। କିନ୍ତୁ କରୋନା ପରେ ଦୁହିଁଙ୍କ ଭିତରେ ବିବାଦ ଦେଖାଯିବାରୁ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

Leave A Reply

Your email address will not be published.