Masthead

ଡକାୟତକୁ ଧରି ନିର୍ଦ୍ଦୁମ ଛେଚିଲେ

ବାଲିଗୁଡା, (ବଡ଼ ଖବର ବ୍ୟୁରୋ): ବାଲିଗୁଡା ସହରରେ ଦିନକୁ ଦିନ ଚୋରା ମଦକାରବାର, ସହ ଡକାୟତି ବଢିବାରେ ଲାଗିଛି । ପୋଲିସ ଡକାୟତଙ୍କ ଟେର ପାଉନାହିଁ । ବଢୁଛି ଅସନ୍ତୋଷ । ଏଣେ ଜଣେ ଡକାୟତର ଛୁରାମାଡରେ ମହିଳା ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆଉ ଡକାୟତକୁ କାବୁ କରି ଉତ୍ତମ ମଧ୍ୟମ ଦେଇଛନ୍ତି ଲୋକେ । ଗତକାଲି ଜଣେ ମହିଳଙ୍କ ଘରେ ପଶି ସୁନା ଗହଣା ଲୁଟ ଉଦ୍ୟମ ବେଳେ ଲୋକଙ୍କ ହାବୁଡରେ ପଡି ଲହୁଲୁହାଣ ହୋଇଛି ଡକାୟତ ଜଣକ । ସୂଚନା ଅନୁଯାୟୀ ରାତି ୮.୩୦ରେ ଘରେ ପଶି ସିନେମା ଷ୍ଟାଇଲରେ ଛୁଆ ବେକରେ ଛୁରୀ ଲାଗାଇ ସ୍ୱାମୀ -ସ୍ତ୍ରୀଙ୍କୁ ସୁନାରୁପା ମାଗିଥିଲେ । ଏହି ସମୟରେ ପାଟି ଶୁଣି ପଡିଶା ଘରେ ରହୁଥିବା ବିଜୟଲକ୍ଷ୍ମୀ ପଣ୍ଡା ନାମକ ଜଣେ ବ୍ଲକ କର୍ମଚାରୀ ଆସି ଦୁର୍ବୁତ୍ତଙ୍କ କବଳରୁ ଛୁଆଟିକୁ ଛଡାଇବାକୁ ଉଦ୍ୟମ କରିବା ବେଳେ ତାଙ୍କୁ ମଧ୍ୟ ଛୁରା ମାଡ କରିଛି ଦୁର୍ବୁତ୍ତ ଜଣକ । ବିଜୟଲକ୍ଷ୍ମୀଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ଦୁର୍ବତ୍ତକୁ କାବୁ କରିବା ସହ ରଶିରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ । ଖବର ପାଇ ବାଲିଗିଡା ପୋଲିସ ପହଁଚି ଦୁର୍ବୁତତ୍ତଙ୍କୁ ଗିରଫ କରି ବିଜୟଲକ୍ଷ୍ମୀଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲା । ଅବସ୍ଥା ଗୁରତର ଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ କରାଯାଇଛି । ସ୍ଥାନୀୟ ଲୋକଙ୍କ ମାଡରେ ଲହୁଲୁହାଣ ହୋଇଥିବା ଦୁର୍ବୁତ୍ତଙ୍କୁ ମଧ୍ୟ ମେଡିକାଲରେ ଭର୍ତ୍ତି କରିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା