Before Header

ପାରାଅଲିମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ମେଡାଲ

0 29

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଟୋକିଓ ପାରାଅଲିମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ମେଡାଲ । ଭାବିନା ପଟେଲ ଟେବୁଲ ଟେନିସରେ ଭାରତ ପାଇଁ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି । ସ୍ୱର୍ଣ୍ଣ ପଦକ ପାଇଁ ଚୀନ ପ୍ରତିଯୋଗୀ ଜୋହୁ ୟିଙ୍ଗଙ୍କ ସହ ତାଙ୍କର ଲଢ଼େଇ ଚାଲିଥିଲା । ତାଙ୍କଠାରୁ ପରାସ୍ତ ହୋଇ ରୌପ୍ୟ ପଦକ ହାସଲ କରିଛନ୍ତି ଭାବିନା । ଜାପାନର ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ସର ଟେବୁଲ ଟେନିସ ପ୍ରତିଯୋଗୀତାରେ ବିଶ୍ୱର ୩ ନମ୍ବର ଖେଳାଳି ମିଓଙ୍କୁ ୩-୨ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ଭାବିନା ।

ପ୍ରଥମ ଭାରତୀୟ ଭାବେ ଭାବିନା ପାରା ଅଲିମ୍ପିକ୍ସର ଟେବୁଲ ଟେନିସରେ ଫାଇନାଲରେ ପ୍ରବେଶ କରିଥଲେ । ସେପଟେ ଝିଅ ପଦକ ଜିତିବା ପରେ ପରିବାରରେ ଖୁସିର ମାହୋଲ । ରାସ୍ତାରେ ଦେଖିବାକୁ ମିଳିଥିଲା ଉତ୍ସବର ମାହୋଲ । ବାଣ ଫୁଟାଇ ମିଠା ଖୁଆଇ ସେଲିବ୍ରେସନ କରୁଛନ୍ତି ଲୋକେ । ଏପରିକି ପରସ୍ପର ଅଭିର ଲଗାଇ ହୋଲି ସେଲିବ୍ରସନ କରିଛନ୍ତି ।

Leave A Reply

Your email address will not be published.