Masthead

ରାଜ୍ୟରେ ବଢ଼ୁଛି ଅପରାଧ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ବଢିବାରେ ଲାଗିଛି ଅପରାଧିକ ମାମଲା । ଆଜି ବିଧାନସଭାରେ ସରକାର ଦେଇଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଦେଇଥିବା ତଥ୍ୟ ଅନୁସାରେ ୨୦୧୯ ରେ ୧ ଲକ୍ଷ ୨୧ ହଜାର ୫୨୫ ହଜାର ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୨୦ ରେ ୧ ଲକ୍ଷ ୩୪ ହଜାର ୨୪୩ ମାମଲା ପଞ୍ଜିକୃତ ହୋଇଛି ।

ବିଧାୟକ ଗଣେଷ ରାମ ଖୁଣ୍ଟିଆଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ଉତ୍ତର ଗୃହରେ ରଖିଛନ୍ତି । ଏହାସହ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ସହରାଞ୍ଚଳରେ ୨୦୧୯ ରେ ୮ ହଜାର ୨୨୯ ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ ରେ ୭ ହଜାର ୬୭୪ ମାମଲା ପଞ୍ଜିକୃତ ହୋଇଛି । ଅନ୍ୟପଟେ ରାଜ୍ୟ ପୋଲିସ ବିଭାଗରେ ମୋଟ ଅନୁମୋଦିତ ପଦବୀ ୬୭ ହଜାର ୭୬୧ ଥିବାବେଳେ ବର୍ତ୍ତମାନ ୫୬ ହଜାର ୩୦୫ ପଦବୀ ପୂରଣ ହୋଇଛି । ୧୧ ହଜାର ୪୫୬ ଟି ପଦବୀ ଖାଲି ପଡିଛି ।

ରାଜ୍ୟ ପୋଲିସରେ ୧୦ ଟି ଏଡିଜିପି ପଦବୀ ଥିବାବେଳେ ବର୍ତ୍ତମାନ ୧୧ ଜଣ ଅଛନ୍ତି । ଆଇଜିପି ପଦବୀ ୧୫ ଥିବାବେଳେ ବର୍ତ୍ତମାନ ୧୨ ଜଣ କାର୍ୟ୍ୟରତ ଅଛନ୍ତି ଓ ୩ ଟି ପୋଷ୍ଟ ଖାଲି ଅଛି । ଡିଆଇଜି ୨୦ ଟି ପଦବୀ ମଞ୍ଜୁର ପ୍ରାପ୍ତ ଥିବାବେଳେ ବର୍ତ୍ତମାନ ୭ ଜଣ କାର୍ୟ୍ୟରତ ଅଛନ୍ତି ଓ ୧୩ ଟି ପଦବୀ ଖାଲି ପଡିଛି । ଏହା ବାଦ ୬୩ ଏସପି ପଦବୀ ମଞ୍ଜୁରୀ ପ୍ରାପ୍ତ ଥିବାବେଳେ ୪୮ ଟି ପଦବୀ ବର୍ତ୍ତମାନ ପୂରଣ ହୋଇଛି ଓ ୧୫ ଟି ଖାଲି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ