Masthead

ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ (ବଡ଼ ଖବର ବ୍ୟୁରୋ): ଆଜି ଦିନ ୧୧ଟାରେ ନୀଳାଦ୍ରି ଭକ୍ତ ନିବାସରେ ବସିବ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ପୂର୍ବାହ୍ନ୧୧ ଟାରେ ଅନୁଷ୍ଠିତ ହେବ ବୈଠକ। ବୈଠକରେ ପ୍ରାୟତଃ ୯ଟି ପ୍ରସଙ୍ଗ ଉପରେ ଆଲୋଚନା ହେବ। ତେବେ ପରିଚାଳନା କମିଟିର ଏଜେଣ୍ଡାରେ ଜିପିଆରଏସ୍ ରିପୋର୍ଟକୁ ଓବିସିସି ସାର୍ବଜନୀନ କରିବା ପ୍ରସଙ୍ଗ ସ୍ଥାନ ପାଇନଥିବାରୁ ଏହାକୁ ଚାପି ଦେବାପାଇଁ ଯୋଜନା ହେଉଥିବା ଚର୍ଚ୍ଚା ହେଉଛି।

ସେପଟେ ଏମାରମଠ ପରିସରରୁ ଏଏସଆଇକୁ ଅବଗତ ନକରି ଓ ଜିପିଆରଏସ୍ ରିପୋର୍ଟକୁ ସାର୍ବଜନୀନ ନକରି ଶ୍ରୀଜଗନ୍ନାଥ ମନ୍ଦିର ଅଭ୍ୟର୍ଥନା କେନ୍ଦ୍ର ଓ ରଘୁନନ୍ଦନ ଲାଇବ୍ରେରୀ ପାଇଁ ବଡବଡ ଗାତ ଖୋଳାଯାଉଥିବାରୁ ଏନେଇ ବିରୋଦ୍ଧାଭାଷ ଦେଖାଦେଇଛି। ତେଣୁ ଜିପିଆରଏସ୍ ରିପୋର୍ଟକୁ ଓବିସିସି ପରିଚାଳନା କମିଟି ବୈଠକରେ ସାର୍ବଜନୀନ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଥିବା ବେଳେ ବୈଠକର ଏଜେଣ୍ଡାରେ କିନ୍ତୁ ଏହାକୁ ସ୍ଥାନ ଦିଆଯାଇନାହିଁ। ଅନ୍ୟପଟେ ଦୁଇମାସ ତଳେ ହୋଇଥିବା ରତ୍ନଭଣ୍ଡାର ବାହାର କାନ୍ଥ ଲେଜର ସ୍କାନିଂ ରିପୋର୍ଟକୁ ଆସନ୍ତାକାଲି ବୈଠକରେ ଏଏସଆଇ ସାର୍ବଜନୀନ କରିବା ସହ ଭିତର ରତ୍ନଭଣ୍ଡାର ମରାମତି ସମ୍ପର୍କରେ ଆଲୋଚନା ହୋଇପାରେ।

କିଛିଦିନ ପୂର୍ବରୁ ବାହାର କାନ୍ଥରେ ଫାଟ ଥିବା କଥା ଏଏସଆଇ ଓଡିଶା ମୁଖ୍ୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। ବୈଠକରେ ଏହି ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା ହେବ। ଏହାସହ ନାଟମଣ୍ଡପ ମରାମତିର ଅଗ୍ରଗତି, ମରାମତି ପାଇଁ ଚୂଡାନ୍ତ ନୀତିନିର୍ଘଣ୍ଟ, ଶ୍ରୀମନ୍ଦିର ଆଲୋକୀକରଣ ସମ୍ପର୍କରେ, ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ। ଏହାସହ ନୂତନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିର୍ମାଣ ସମ୍ପର୍କରେ ଆଲୋଚନା ହେବାସହ ସେଵକ କଲ୍ୟାଣ ଯୋଜନା ଓ ଦିବ୍ୟାଙ୍ଗ ଭକ୍ତଙ୍କ ଜଗା ଦର୍ଶନ ଉପରେ ଆଲୋଚନା କରାଯିବ। ବୈଠକରେ ପରିଚାଳନା କମିଟିର ସମସ୍ତ ସଦସ୍ୟ, ଏଏସଆଇ, ପୁରୀ ଏସପି, ଶ୍ରୀମନ୍ଦିର ଅତରିକ୍ତ ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ