Masthead

ନଦୀରେ ବୁଲୁଛି କୁମ୍ଭୀର!

ଭଦ୍ରକ(ବଡ଼ ଖବର ବ୍ୟୁରୋ): ନଦୀରେ ବୁଲୁଛି କୁମ୍ଭୀର । ଭଦ୍ରକ ଜିଲ୍ଲା ଆରଡି ନିକଟସ୍ଥ ନାନ୍ଦପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀର ଶାଖା ହଂସଦୀଆ ନଦୀରେ ଗତକାଲି ରାତିରେ ଜଣେ ଧିବର ମାଛ ଧରିବା ପାଇଁ ଜାଲ ଟାଣୁଥିବା ବେଳେ ଏକ ୪ଫୁଟିଆ ହିଂସ୍ର କୁମ୍ଭୀର ଜାଲରେ ପଡିଥିଲା। ବଡମାଛ ଭାବି ଡଙ୍ଗାରେ ଧିବର ଜଣକ ନଦୀକୂଳକୁ ଜାଲ ଆଣିବା ପରେ ହିଂସ୍ର କୁମ୍ଭୀର ଜାଲରେ ଫାସରେ ଲାଗିରହିଥିବା ଦେଖିବା ପରେ ଭୟରେ ଜାଲ ଡଙ୍ଗା ଛାଡି ଦୌଡି ପଳାଇଥିଲେ, ପରେ ଗ୍ରାମବାସୀ କୁମ୍ଭୀରକୁ ଉଦ୍ଧାର କରିବା ସହ ଆରଡି ପୁଲିସ ଓ ଧାମନଗର ବନଖଣ୍ଡ ବିଭାଗକୁ ଖବର ଦେବା ପରେ ବନଖଣ୍ଡ ଅଧିକାରୀ କୁମ୍ଭୀରକୁ ନେଇ ଅନତ୍ର ଛାଡିଥିଲେ।

ତେବେ ଏପରି ହିଂସ୍ର କୁମ୍ଭୀର ଖୋଲା ଖୋଲି ନଦୀରେ ବୁଲୁଥିବା କାରଣକୁ ନେଇ ଗ୍ରାମବାସୀ ଭୟଭିତ ହୋଇ ପଡ଼ିଛନ୍ତି । ଏହି ନଦୀରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଗାଧୋଇବା ସହ ଘରର ନିତ୍ୟ ବ୍ୟବହାର ପାଇଁ ପାଣି ଆଣିଥାନ୍ତି। ଏବେ ଏଠାରେ ହିଂସ୍ର କୁମ୍ଭୀର ଦେଖାଦେବା ପରେ ସେମାନେ ଭୟଭୀତ ହୋଇପଡିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ