Masthead

କାନ୍ଦୁଛି ବ୍ଲାକ ପାଗୋଡା

କୋଣାର୍କ (ବଡ଼ ଖବର ବ୍ୟୁରୋ): ପୃଥିବୀର ସପ୍ତାଶ୍ଚର୍ଯ୍ୟ କୋଣାର୍କର ସୂର୍ଯ୍ୟ ମନ୍ଦିର ଥିଲା ଅନ୍ୟତମ। କିନ୍ତୁ ପ୍ରତ୍ନତତ୍ତ୍ଵ ବିଭାଗର ଅବହେଳା ପାଇଁ ସପ୍ତାଶ୍ଚର୍ଯ୍ୟରୁ ବାଦ ପଡିଛି ବ୍ଲାକ୍ ପାଗୋଡା। ବିଶ୍ବ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିରର କଳାକୃତି ଉଚ୍ଚ କୋଟୀର। ସେଥିପାଇଁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆସନ୍ତି। ୧୨ ଶହ ବଢେଇ,୧୨ ବର୍ଷରେ, ୧୨ ବର୍ଷର ରାଜସ୍ଵ ବିନିଯୋଗରେ ଏହି ମନ୍ଦିର ନିର୍ମାଣ କରିଥିଲେ। ୧୨ ବର୍ଷର ବାଳକ ଧରମା ମୁଣ୍ଡି ମାରି ଶେଷ କରିଥିଲା।

ସୂର୍ଯ୍ୟଙ୍କ ରଥ ଆକୃତିର ଏହି ମନ୍ଦିରରେ ୧୨ ଯୋଡ଼ା ଚକ ଲାଗିଛି, ଯାହା ୧୨ ମାସର ପ୍ରତୀକ। ପ୍ରତି ଚକରେ ଲାଗିଥିବା ଅଖ ଦିନର ୧୨ ଘଣ୍ଟା ଓ ରାତିର ୧୨ ଘଣ୍ଟାକୁ ସୂଚାଏ। କୁଷ୍ଠ ରୋଗରେ ପୀଡ଼ିତ କୃଷ୍ଣଙ୍କ ପୁତ୍ର ଶାମ୍ବ ଏଠି ୧୨ ବର୍ଷ ସୂର୍ଯ୍ୟ ନାରାୟଣଙ୍କ ଉପାସନା କରି ରୋଗ ମୁକ୍ତ ହୋଇଥିଲେ। ଏହି ଭବ୍ୟ ମନ୍ଦିର ଆଜି କାନ୍ଦୁଛି। ପ୍ରତିଟି ପଥରରେ ଖୋଦିତ ମୂର୍ତ୍ତି ଆଜି କାନ୍ଦୁଛନ୍ତି। ବିଲୁପ୍ତ ହେବାକୁ ଯାଉଛି ବ୍ଲାକ ପଗୋଡା।ଏଏସଆଇ ସୂର୍ଯ୍ୟ ମନ୍ଦିରକୁ ନିଜ ଅଧୀନକୁ ନେବା ପରଠୁ ମନମୁଖି କାର୍ଯ୍ୟ ଚଳାଇଛି । ସୂର୍ଯ୍ୟ ମନ୍ଦିରର ଅନେକ କାରୁକାର୍ଯ୍ୟ ପୂର୍ଣ୍ଣ ପ୍ରତିମା ରାତି ଅଧିଆ ଉଭାନ ହୋଇଯାଉଛି । ସେହି ସ୍ଥାନରେ ଲାଗୁଛି ସାଧା ପଥର। ସୂର୍ଯ୍ୟ ମନ୍ଦିରର ସୋନ୍ଦର୍ଯ୍ୟ ଅବକ୍ଷୟ ପରେ ଏବେ ସୂର୍ଯ୍ୟନାରାୟଣଙ୍କ ପତ୍ନୀ ଛାୟା ଦେବୀଙ୍କ ପ୍ରତିମୂର୍ତ୍ତି ଉଭାନ ।

ଯାହାର ଫୁଟେଜ ଏବେ ବଡ ଖବର ହାତରେ। ଅନେକ ଘାତ ପ୍ରତିଘାତ ସହି ସୂର୍ଯ୍ୟ ମନ୍ଦିର ଆଜି ନିଜ ଯାଗାରେ ଦଣ୍ଡାୟମାନ। କିନ୍ତୁ ଏଏସଆଇର ଚରମ ଅବହେଳା ପାଇଁ ଆଜି ବିପଦରେ ବ୍ଲାକ ପଗୋଡ଼ା। କେତେବଳେ ମନ୍ଦିର ଉପରେ ଡ୍ରୋନ ଉଡୁଛି ତ ଆଉ କେତବେଳେ ମନ୍ଦିର ପରିସରରୁ ରାତି ଅଧିଆ ବାଲିବନ୍ତ ସହ ବହୁ ମୂଲ୍ୟବାନ ପଥର ଉଭାନ ହୋଇଯାଉଛି ତ ପୁଣି କେତବେଳେ ମନ୍ଦିର କାନ୍ଥ ରୁ ଗାଏବ ହେଉଛି କାରୁକାର୍ଯ୍ୟ ପୂର୍ଣ୍ଣ ପ୍ରତିମା । ପୁଣି ଏବେ ସୂର୍ଯ୍ୟ ନାରାୟଣଙ୍କ ପତ୍ନୀ କୁହାଯାଉଥିବା ଛାୟା ଦେବୀଙ୍କ ମନ୍ଦିର ସୁରକ୍ଷା ଓ ସଂରକ୍ଷଣ ନାଁ ରେ ମନ୍ଦିର କାନ୍ଥରୁ ମୂର୍ତ୍ତି ପଥର କଢ଼ାଯାଇ ଲଗାଯାଇଛି ସାଧା ପଥର। ଆଗରୁ ସୂର୍ଯ୍ୟ ମନ୍ଦିରର ପ୍ରାୟ ୭୦ ଭାଗ ସାଧା ପଥରରେ ଆଚ୍ଛାଦିତ ହୋଇ ଥିବାବେଳେ ଏବେ ଛାୟା ଦେବୀଙ୍କ ମନ୍ଦିର ଯାହା ନଷ୍ଟ କରୁଛି ମନ୍ଦିରର ସୌନ୍ଦର୍ଯ୍ୟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !