Masthead

‘ଆମ ଭିତର ଗୋଷ୍ଠୀକନ୍ଦଳ ଦଳକୁ କ୍ଷତି ପହଂଚାଇଛି’

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ସଭାପତି ହେବାପରେ ଗୁଣପୁରରେ ଏନ.ଭାସ୍କର ରାଓଙ୍କ କର୍ମୀ ସମ୍ମିଳନୀ । ରାୟଗଡ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତାଦଳର ପ୍ରାର୍ଥୀ ଘୋଷଣା ହେଲା । ଅସନ୍ତୋଷର ବହ୍ନୀ ଜଳି ତୀବ୍ରରୂପ ନେବାରେ ଲାଗିଲା । ଦଳର ପ୍ରାଥମିକ ପଦ ଛାଡିଲେ ବହୁ ବରିଷ୍ଠ ନେତୃତ୍ୱ । ମାଳଭୂମୀର ନେତାଏଁ ରାଜଧାନୀରେ ପକାଇଲେ ଡେରା । ଆଉ ପ୍ରାର୍ଥୀ ବଦଳିଲେ ନାହିଁ । ମୁଣ୍ଡ ଉପରେ ଯେତେବେଳେ ନିର୍ବାଚନ ଅଛି ସେତେବେଳେ ଦଳ ସଭାପତି ପଦ ପରିବର୍ତ୍ତନ କରି ମନ ଧରିବାକୁ ଚେଷ୍ଟାକଲା । ଗତ ୫ବର୍ଷ ଧରି ଗଡ ଜଗିଥିବା ସୁଧୀରକୁ ଜିଲା ସଭାପତି ପଦରୁ ଆଉଟ କଲା ଆଉ ଭାସ୍କରଙ୍କୁ ସଭାପତି ରୂପେ ଘୋଷଣା କଲା ।

ସଭାପତି ହେବାପରେ ଭାସ୍କର ରାଓଙ୍କ ପ୍ରଥମ ଗୁଣପୁର ଗସ୍ତକୁ ନେଇ ଏହି ସ୍ୱତନ୍ତ୍ର ଆଲୋଚନା ହୋଇଛି । କର୍ମୀ ସମ୍ମିଳନୀରେ କହୁକହୁ ଅନେକ କଥା କହିଦେଇଛନ୍ତି ଏନ. ଭାସ୍କର ରାଓ । ସମ୍ମିଳନୀରେ ଭାସ୍କର କହିଛନ୍ତି ସଂଶୋଧନ କରିବାର ସମୟ ଆସିଛି । ତ୍ରୁଟି ସୁଧାରିବାର ସମୟ ଆସିଛି । ଭୁଲ ସ୍ୱୀକାର କରିବାର ବେଳ ଏଇଟା । କାରଣ ଆମ ଭିତରେ ରହିଥିବା କନ୍ଦଳ ଦଳକୁ କ୍ଷତି ପହଞ୍ଚାଉଛି । ଠିକାକାମ ଯୋଗୁଁ ଦଳ ଭିତରେ ବଢ଼ିଛି କନ୍ଦଳ । ସେଥିପାଇଁ ଦଳ ଲାଇନଚ୍ୟୁତ ହୋଇଯାଇଛି । ମତଦାତା ଲୋକେ ଠିକ ଅଛନ୍ତି । ଆମେ ଠିକନାହୁଁ । ଗୁଣପୁରରେ ପ୍ରାର୍ଥୀ ବଦଳିଥାଏ ।

କିନ୍ତୁ ଦଳ କେବେ ପରିବତ୍ତର୍ନ ହୋଇନଥିଲା । ଆମ ଦଳ ବିପକ୍ଷରେ ଭୋଟ ପଡୁଛି କହିଲେ ନବୀନ ପଟନାୟକଙ୍କ ବିରୋଧରେ ଭୋଟ ପଡୁଛି । ଦଳକୁ ଦଳ ହିସାବରେ ଚଳାଇବାକୁ ପଡିବ । ନିଜ ଇଛାରେ ନୁହେଁ । ଆମ ଭିତରେ ଝଗଡା କରି ନବୀନ ପଟ୍ଟନାୟକଙ୍କୁ ଅନ୍ୟାୟ କରୁଛେ ବୋଲି ଏଭଳି ବିସ୍ଫୋରକ ପ୍ରାନ ଦେଇଛନ୍ତି ଭାସ୍କର । ତେବେ ପ୍ରଶ୍ନ ଉଠୁଛି କ’ଣ ସଂଶୋଧନ କରିବାକୁ ଚାହୁଁଛନ୍ତି ଭାସ୍କର । ଦଳ ଭିତରେ କଣ ସବୁ ତ୍ରୁଟି ଘଟିଛି ? ଦଳକୁ କିଏ କ୍ଷତି ପହଞ୍ଚାଉଛି? ନାଁ ନନେଇ କାହାକୁ ଆକ୍ଷେପ କଲେ ଭାସ୍କର? ଗୁଣୁପୁରରେ ନିଜ କର୍ମୀଙ୍କ ଉପରେ ନିଶାନା ନୁହେଁ ତ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ