‘ବିପର୍ଯ୍ୟୟ’ ତାଣ୍ଡବ, ଗଲାଣି ୨୫ ଜୀବନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ତାଣ୍ଡବ କରୁଛି ବାତ୍ୟା ‘ବିପର୍ୟ୍ୟୟ’ । ଏବେ ଠାରୁ କ୍ଷୟକ୍ଷତି ଘଟାଇବା ଆରମ୍ଭ କଲାଣି ବାତ୍ୟା ‘ବିପର୍ଯ୍ୟୟ’ । ନେଲାଣି ୨୫ ଜଣଙ୍କ ଜୀବନ, ଆଉ ୬ ଘଣ୍ଟାରେ ନେବ ଅତି ଭୀଷଣ ରୂପ । ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଳୟ ରୂପ ଧାରଣ କରିଛି । ପାକିସ୍ତାନର ଉପକୂଳବର୍ତ୍ତୀ ଅଞ୍ଚଳରେ ତାଣ୍ଡବ ରହିଛି ବାତ୍ୟା ‘ବିପର୍ଯ୍ୟୟ’ । ବାତ୍ୟା ପ୍ରଭାବରେ ପାକିସ୍ତାନରେ ପ୍ରବଳ ବର୍ଷା ଜାରି ରହିଛି ।

ପ୍ରବଳ ବର୍ଷା ଯୋଗୁଁ ପାକିସ୍ତାନରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪୫ ଜଣ ଆହତ ହୋଇଥିବା ଜଣାପଡିଛି । ସୁପର ସାଇକ୍ଲୋନ୍ ‘ବିପର୍ଯ୍ୟୟ’ ପ୍ରଭାବରେ ୬୯ ଘର ଭାଙ୍ଗି ଯାଇଛି ।ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଘନୀଭୂତ ହୋଇ ଉତ୍ତର ଦିଗରେ ଗତି କରୁଛି ବାତ୍ୟା ‘ବିପର୍ଯ୍ୟୟ’ । ମୁମ୍ବାଇ ଠାରୁ ୬୦୦ କିମି ଦୂରରେ ରହିଛି । ସେହିପରି ପୋର ବନ୍ଦର ଠାରୁ ୫୩୦ କିମି ଓ କରାଚୀ ଠାରୁ ୮୩୦ କିମି ଦୂରରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ