ପଲିଥିନ୍ ତଳେ ଜୀବନ: ଯୋଜନା କାହା ପାଇଁ ?

ସୁବର୍ଣ୍ଣପୁର, (ବଡ଼ ଖବରର ବ୍ୟୁରୋ): ଯୋଜନା ଅସୁମାରୀ । ସଫଳତା ବଖାଣିବାରେ ବି ସୀମା ନାହିଁ । କରୋନା କାଳରେ ପକ୍କା ଘର ତିଆରି କରି ଜାତିସଂଘରୁ ସାର୍ଟିଫିକେଟ ଆସିଛି । ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ଗ୍ରାମପଞ୍ଚାୟତର ଆମ୍ବସରଭଟା କୁଲସାହିର ଘସାନ ମୁଣ୍ଡାଙ୍କ ଦୁଃଖ ଦେଖିଲେ ସବୁ ଯେମିତି ମୂଲ୍ୟହୀନ ଲାଗୁଛି । ଯୋଜନା ଯେ ବାସ୍ତବତାଠାରୁ ଯୋଜନ ଯୋଜନ ଦୂରରେ ତାହା ଜଳଜଳ ଦିଶୁଛି । ଘସାନ ମୁଣ୍ଡାଙ୍କ ବୟସ ପ୍ରାୟ ୫୨ ହେବ । ଜଣେ ଜନଜାତି ସମ୍ପ୍ରଦାୟର ବିଧବା ମହିଳା । ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ । ପଲିଥିନ୍ ଭରସା । ଦିନ ବେଳା ଗଛ ତଳେ ଆଶ୍ରୟ ନେଉଥିବା ବେଳେ ବର୍ଷା ହେଲେ ବହୁ ଦୟନୀୟ ଅବସ୍ଥା ।

ପରିବାର କହିଲେ ପୁଅ ତୀର୍ଥ ମୁଣ୍ଡା ଓ ଝିଅ ପାନେଶ୍ୱରୀ ମୁଣ୍ଡା । ଗତ ଲଗାଣ ବର୍ଷାରେ ତାଙ୍କର ମାଟି ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି । ସ୍ଥାନୀୟ ସୁବଳୟା ରାଜସ୍ୱ ନିରୀକ୍ଷକ କାର୍ୟ୍ୟାଳୟ ପକ୍ଷରୁ ପଲିଥିନ ଖଣ୍ଡିଏ ଯୋଗାଇ ଚୁପ ହୋଇଯାଇଛନ୍ତି । ଜଙ୍ଗଲରୁ ଶାଳ ପତ୍ର ଆଣି ଖଲି , ଦନା ତିଆରି କରି ଗୁଜୁରାଣ ମେଣ୍ଟାଉ ଥିବା ସେ କହିଛନ୍ତି। ବର୍ତ୍ତମାନର କରୋନା ମାଡରେ ଖଲି, ଦନା ବିକ୍ରି ହେଉନଥିବାରୁ ଅଭାବରେ ଅନେକ ସମୟରେ ଉପାସ ରହିବାକୁ ପଡ଼ୁଛି ବୋଲି ସେ କହିଛନ୍ତି । ସ୍ଥାନୀୟ ପ୍ରଶାସନ ହେଉ ଅବା ସ୍ଥାନୀୟ ଲୋକପ୍ରତିନିଧି କାହାରି ନଜର ପଡ଼ୁନି ତାଙ୍କ ଉପରେ । ଦେଖିବାକୁ ବାକିରହିଲା ଘସାନ ମୁଣ୍ଡାଙ୍କୁ କେବେ ଆବାସ ଯୋଜନାରେ ସାମିଲ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’