Masthead

ୱାସିଂଟନରେ କର୍ଫ୍ୟୁ

ଆମେରିକା: ନିଜ ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟ କାରଣରୁ ଉତ୍ୟକ୍ତ ହୋଇ ତାଙ୍କ ସମର୍ଥକମାନେ ବୁଧବାର ଦିନ ଯୁକ୍ତରାଷ୍ଟ୍ରଆମେରିକାର କ୍ୟାପିଟାଲ ମଧ୍ୟକୁ ପ୍ରବେଶ କରି ପୋଲିସ ସହ ସଂଘର୍ଶ କରିବାରୁ ଗୁଳି ମାଡ଼ରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏହି ଉତ୍ତେଜନାପୂର୍ଣ୍ଣ ପ୍ରତିବାଦ ଯୋଗୁଁ ଅନେକ ଲୋକ ଆହତ ହୋଇଥିବା ସୂଚନା ମଧ୍ୟ ମିଳିଛି । ୱାସିଂଟନ ରିପୋର୍ଟ ଅନୁଯାୟୀ, ଜଣେ ଶ୍ୱେତାଙ୍ଗୀ ମହିଳାଙ୍କ କାନ୍ଧରେ ଗୁଳି ଚୋଟ ଲାଗିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଡ଼ୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରୁଥିବା ପ୍ରତିବାଦକାରୀମାନେ ଯୁକ୍ତରାଷ୍ଟ୍ର ଆମେରିକା କ୍ୟାପିଟାଲରେ ଏକତ୍ର ହୋଇ ଲକଡ଼ାଉନ ପରିସ୍ଥିତି ସୃଷ୍ଟି କରିଥିଲେ । ଡେମୋକ୍ରାଟ୍ ଜୋ ବାଇଡେନଙ୍କ ପରିବର୍ତ୍ତେ ତାଙ୍କୁ ବିଜୟୀ କରାଯାଉ ବୋଲି ରାଷ୍ଟ୍ରପତି ଟ୍ରମ୍ପ କରିଥିବା ଦାବିକୁ ଉପରାଷ୍ଟ୍ରପତି ପ୍ରତ୍ୟାକ୍ଷାନ କରିବା ସହିତ ଟ୍ରମ୍ପଙ୍କ ଶହ ଶହ ସମର୍ଥକ ବଳପୂର୍ବକ ୱାସିଂଟନସ୍ଥିତ କ୍ୟାପିଟାଲ ହିଲ ଅଟ୍ଟାଳିକାମଧ୍ୟକୁ ପ୍ରବେଶ କରିଥିଲେ ।

ପରିସ୍ଥିତି ଉଗ୍ର ତଥା ଅଣାୟତ ହେବାରୁ ୱାସିଂଟନ ମେୟର ମ୍ୟୁରିଏଲ ବାଓଜର୍ ୧୫ ଦିନ ପର୍ଯ୍ୟନ୍ତ ସମଗ୍ର ସହରରେ କର୍ଫ୍ୟୁ ଜାରି କରାଯାଇଛି । ସେପଟେ ଆମେରିକାର ବିବାଦୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଂଟକୁ ୧୨ ଘଣ୍ଟା ପାଇଁ ବ୍ଲକ କରିଥିଲା ଟ୍ୱିଟର । ଅନ୍ୟପଟେ ଆମେରିକାର ୱାସିଂଟନରେ ଦଙ୍ଗା ଓ ହିଂସା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି ଓ କହିଛନ୍ତି ଏହି ହିଂସା ଓ ଦଙ୍ଗା ଘଟଣା ମୋତେ ବ୍ୟଥିତ କରୁଛି । 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ