Masthead

ବିଦ୍ୟୁତ ଲାଗି ମହିଳା ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ) : ଚନ୍ଦକା ଥାନା ଅଧିନସ୍ଥ କୁଜିମହଲ ଗ୍ରାମରେ ଅଭାବନୀୟ ଘଟଣା । ବାଡ଼ରେ ଲାଗି ଥିବା ବିଦ୍ୟୁତ ସଂପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳା ଜଣକ କାମ କରିବାକୁ ବିଲକୁ ଯାଉଥିବା ସମୟରେ ବାଡରେ ଲାଗିଥିବା ବିଦ୍ୟୁତ ସଂପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି । ମୃତକ ମହିଳା ଜଣକ ହେଲେ କୁଜିମହଲ ଗ୍ରାମ ଆଦିବାସୀ ସମ୍ପ୍ରଦାୟର ବିକାଶ ମାଝୀଙ୍କ ପତ୍ନୀ କ୍ଷୀର ମାଝୀ ( ୫୫ ) । ଖବର ପାଇ ଘଟଣା ସ୍ଥଳରେ ଚନ୍ଦକା ଥାନା ପୋଲିସ ପହଞ୍ଚି ଶବ ଜବତ କରିଛି । ସେପଟେ ମୃତ ମହିଳାଙ୍କ ସ୍ୱାମୀ ଅଭିଯୁକ୍ତ ସରୋଜ ସାହୁଙ୍କ ନାମରେ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ କୁଜିମହଲ ଗ୍ରାମର ସରୋଜଙ୍କ ନାମରେ ଏକ ହତ୍ୟା ମାମଲା ରୁଜୁ କରିଛି । ଏହି ଘଟଣାରେ ସରୋଜ ସାହୁ ଫେରାର ଥିବା ବେଳେ ତାଙ୍କ ପୁଅକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ଚନ୍ଦକା ପୋଲିସ । ଅପର ପକ୍ଷରେ ମହିଳାଙ୍କ ଶବ ସତ୍କାର ପାଇଁ ଟଙ୍କା ଦାବି କରି ଚନ୍ଦକା-ମେଣ୍ଢାଶାଳ ରାସ୍ତାକୁ ଅବରୋଧ କରିଛନ୍ତି ମୃତକଙ୍କ ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ