Masthead

୯ ମାସ ପରେ ଖୋଲିବ କି ଶ୍ରୀମନ୍ଦିର

ପୁରୀ, (ବଡ଼ ଖବର ବ୍ୟୁରୋ), ୮/୧୦: ମାର୍ଚ୍ଚ ମାସ ୨୦ ତାରିଖ ଭକ୍ତଙ୍କ ପାଇଁ ବନ୍ଦ ହୋଇଯାଇଥିଲା ବଡ଼ ଦେଉଳର ଦ୍ୱାର । କୌଣସି ବାହ୍ୟ ଶତ୍ରୁର ଭୟ ନୁହେଁ, ଭୟ ଥିଲା ବିଦେଶ ଭୂତାଣୁର । ଶ୍ରୀମନ୍ଦିର ପରିସରକୁ ଭୂତାଣୁମକ୍ତ ରଖିବା ପାଇଁ ସରକାର ନେଇଥିଲେ ଏହି ପଦକ୍ଷେପ । ସେବେ ଠାରୁ ଭକ୍ତଙ୍କ ପାଇଁ ବଡ଼ ଦେଉଳର ଦୁଆର ମନା ହୋଇଛି ।

କାଳିଆର ଦର୍ଶନ ମୋହ ଅନେକଙ୍କୁ ଟାଣି ନେଉଛି । ହେଲେ ଦେଉଳ ଦୁଆରେ ପଡ଼ିଛି ସରକାରୀ ଆକଟ । ଏପରିକି ଅରୁଣ ସ୍ତମ୍ବ ବି ମନା । କେବଳ ଦୂରରୁ ପତିତପାବନଙ୍କୁ ମୁଣ୍ଡିଆ ମାରି ଫେରିଛନ୍ତି ଭକ୍ତ । ଦୀର୍ଘ ୯ମାସ ଧରି ବଡ଼ ଦେଉଳକୁ ପଶି ପାରୁନଥିବା ଭକ୍ତ ଆତୁର ହୋଇ ପଡ଼ିଛନ୍ତି । ସେବାୟତ ବି ହେଲେଣି ଅଥୟ ।

ବଡ଼ ଦେଉଳ ଖୋଲିବା ପାଇଁ ଭକ୍ତ ମହଲରେ ଦାବି ହୋଇ ଆସୁଛି । ହେଲେ ସରକାର ନିଦାବିଷ୍ଣୁ । ଦେଉଳ ଖୋଲିବାକୁ କୌଣସି ପଦକ୍ଷେପ ନେଉନାହାନ୍ତି । କରୋନା ବ୍ୟାପିଯିବା ଭୟରେ ଚୁପ ବସିଛି । ତେଣେ କେନ୍ଦ୍ର ସରକାର ଦେବାଳୟ ଖୋଲିବାକୁ ଗ୍ରୀନ ସିଗନାଲ ଦେଇ ସାରିଛନ୍ତି । ଏପରିକି ଝାଡ଼ଖଣ୍ଡ ଭଳି ରାଜ୍ୟରେ ଆଜି ଠାରୁ ଦେବାଳୟ ଖୋଲି ସାରିଲାଣି । ହାଇକୋର୍ଟଙ୍କ ନିର୍ଦେଶରେ ମା ବିରଜା ମନ୍ଦିରର ରଥ ଚାଲିବାକୁ ଅନୁମତି ବି ମିଳିଛି ।

ଏତେ ପରେ ବି ଶ୍ରୀମନ୍ଦିର ନଖୋଲିବା ନେଇ ବଢ଼ୁଛି ଅସନ୍ତୋଷ । ସେବକମାନେ ଆନେ୍ଦାଳନକୁ ବି ଓହ୍ଲାଇଛନ୍ତି । ବହୁ ଚାପ ପରେ ଶେଷରେ ରାଜ୍ୟ ସରକାର ଶ୍ରୀମନ୍ଦିର ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଦାୟିତ୍ୱ ଦେଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତାବ ଉପରେ ଦେଉଳ ଖୋଲିବା ନେଇ ନିଷ୍ପତ୍ତି କରାଯିବ ବୋଲି ଘୋଷଣା କରିଛନ୍ତି ।

ଏହାପରେ ଭକ୍ତଙ୍କ ମଧ୍ୟରେ ସଞ୍ଚାର ହୋଇଛି ଆଶା । ଦୀର୍ଘଦିନ ଧରି ବନ୍ଦ ଥିବା ଶ୍ରୀମନ୍ଦିର ଖୋଲିବ କି? ଭକ୍ତମାନେ ବଡ଼ ଦେଉଳକୁ ଯିବାକୁ ପାଇବେ କି ଅନୁମତି । କଟକଣା ହେଉ ପଛେ କଳା ଠାକୁରଙ୍କ ଶ୍ରୀମୁଖ ଦର୍ଶନ ମିଳିବ ତ? ଏମିତି ନାନା ପ୍ରଶ୍ନ ଭକ୍ତଙ୍କୁ ଆନେ୍ଦାଳିତ କଲାଣି ।

ତେଣେ ସରକାରଙ୍କ ନିର୍ଦେଶ ପରେ ପ୍ରଶାସନ ଏବେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯିବ କି ନାହିଁ ତାହା ତର୍ଜମା କରିବ ବୋଲି ଧାର୍ଯ୍ୟ କରିଛି । ପର୍ଯ୍ୟାୟ କ୍ରମେ ସେବାୟତ ମାନଙ୍କ ସହ ଆଲୋଚନା କରିବ । ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାନଙ୍କ ସହ ଆଲୋଚନା କରାଯିବ । ଏହାପରେ ଅକ୍ଟୋବର ୧୨ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ନିୟମିତ ମତାମତ ସଂଗ୍ରହ କରାଯିବ । ସେମାନଙ୍କ ମତାମତ ନେବା ପରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ପାଇଁ ପୁଲିସର ମତାମତ ବି ସଂଗ୍ରହ କରିବ ପ୍ରଶାସନ ।

ସବୁ ମତାମତ ମିଳିବା ପରେ କେଉଁ କଟକଣା ବା କେଉଁ ନିୟମରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦେଉଳ ଖୋଲିବ କିମ୍ବା ଦେଉଳ ଖୋଲିବା ପାଇଁ ସମସ୍ୟା ଆସିବ ତାହା ତର୍ଜମା କରାଯିବା ପରେ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ