Before Header

ଲାଲକିଲା ରୂପରେ ସ୍କୁଲ

0 13

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲାର ଗନ୍ଧିପାଲିରେ ଥିବା ଏକ ବିଦ୍ୟାଳୟକୁ ଏପରି ରଙ୍ଗବେରଙ୍ଗ ଭାବେ ସୁସଜ୍ଜିତ କରାଯାଇଛି ଯେ ହଠାତ୍ ଦେଖିଲେ ଭ୍ରମ ସୃଷ୍ଟି କରୁଛି । ସତରେ ଯେମିତି ପିଲାମାନେ ଲାଲକିଲାରେ ପାଠ ପଢିବେ। ବିଦ୍ୟାଳୟଟିକୁ ଏଭଳି ଆକର୍ଷଣୀୟ ରୂପରେ ସଜା ଯାଇଥିବାରୁ ଛାତ୍ରଛାତ୍ରୀମାନେ ଭାରି ଖୁସି। ଓଡ଼ିଶା ଆଦର୍ଶ ବିଦ୍ୟାଳୟଟିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତି ମନୋରମ ଭାବରେ ସଜେଇ ଥିବା ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।

ସେପଟେ ଉତ୍ତମ ସୁବିଧା ସୁଯୋଗ ସହ ଡିଜିଟାଲ କ୍ଲାସରୁମ ଏବଂ ଇ ଲାଇବ୍ରେରୀ ମାଧ୍ୟମରେ ଆମେ ଅଧିକରୁ ଅଧିକ ଜ୍ଞାନ ଅର୍ଜନ କରିପାରିବୁ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ଉଦଘାଟନର ତାରିଖ ନିଷ୍ପତ୍ତି ହୋଇ ନଥିଲେ ମଧ୍ୟ ବିଦ୍ୟାଳୟଟିର ସାଜସଜ୍ଜା ଲୋକଙ୍କୁ ଆକୃଷ୍ଟ କରିଛି । ଉନ୍ନତମାନର ପରିବେଶରେ ଛାତ୍ରଛାତ୍ରୀମାନେ ପାଠ ପଢିବା ସହ ଆଧୁନିକ ଦୁନିଆ ସମ୍ପର୍କରେ ଆହୁରି ଅଧିକ ଜ୍ଞାନ ଗ୍ରହଣ କରି ପାରିବେ ବୋଲି ଅଞ୍ଚଳବାସୀ ଆଶାବାଦୀ।

Leave A Reply

Your email address will not be published.