Masthead

ସେବା ହିଁ ଆମ ଦୀପାବଳି

କଟକ (ବଡ଼ ଖବର ବ୍ୟୁରୋ): ଆଲୋକର ପର୍ବ ଦୀପାବଳି । ସବୁଠୁ ଅଲଗା, ସ୍ୱତନ୍ତ୍ର ଓ ନିଆରା । ପରିବାରକୁ ଏକଜୁଟ କରିଦିଏ ଏହି ପର୍ବ । ଛୋଟରୁ ବଡ଼ ସମସ୍ତଙ୍କ ମନରେ ଆନନ୍ଦ ଆଣିଥାଏ ଦିପାବଳି । କରୋନା କଟକଣା ଭିତରେ ମଧ୍ୟରେ ହସଖୁସିରେ ପାଳନ କରାଯାଉଛି ଏହି ପର୍ବ । ବାଣଫୁଟାକୁ ବାରଣ ଅଛି କିନ୍ତୁ ଦୀପ ସବୁଠି ଜଳୁଛି । ଘରେ ବାହାରେ, ଛାତ ଉପରେ ଦୀପ ଜଳାଇ ଲୋକେ ଖୁସି ମନାଉଛନ୍ତି ।

କରୋନା ମହାମାରୀ ସବୁକିଛି ବଦଳାଇ ଦେଇଛି । ଦୀର୍ଘଦିନର ଲକଡାଉନ-ସଟଡାଉନ ପରେ ଜୀବନ ଜୀବିକା ସ୍ୱଭାବିକ ହେବାରେ ଲାଗିଛି । କିନ୍ତୁ କରୋନା ଯୋଦ୍ଧାଙ୍କ କାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ନିରବଛିନ୍ନ ଭାବେ ଲୋକଙ୍କ ସେବାରେ ଲାଗିଛନ୍ତି । କରୋନା ଆରମ୍ଭରୁ ଜୀବନକୁ ବାଜିରେ ଲଗାଇ ଦିନରାତି ଲାଗିଛନ୍ତି ଲୋକଙ୍କ ସେବାରେ । ମୁଖ୍ୟତଃ ଡାକ୍ତରୀ ଟିମ୍ । ଡାକ୍ତର, ପାରାମେଡିକାଲ ଷ୍ଟାଫ୍, ନର୍ସ, ଆମ୍ବୁଲାନ୍ସ ଡ୍ରାଇଭର ଆଦିଙ୍କ ନିଃସ୍ୱାର୍ଥ ସେବାକୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ ।

ଦୀପାବଳି ବର୍ଷର ଏକମାତ୍ର ସମୟ ଯେଉଁଥିରେ ଡାକ୍ତରମାନେ କାମରୁ ବିରତି ନେଇଥାନ୍ତି । କିନ୍ତୁ ଏ ବର୍ଷ ଛୁଟିଦିନକୁ ବଳିଦାନ ଦେଇ ରୋଗୀ ସେବାରେ ଜଡ଼ିତ ଅଛନ୍ତି । ରାଜ୍ୟରେ କରୋନା ଭାଇରସ ସଂକ୍ରଣମରେ ପ୍ରାଣ ହରାଇଥିବା ୧୫ ଶହ ଲୋକଙ୍କ ମଧ୍ୟରୁ ୫୦ରୁ ଅଧିକ ଡାକ୍ତର ଅଟନ୍ତି ।

କଟକ ବଡ଼ ମେଡିକାଲରେ କାର୍ୟ୍ୟ କରୁଥିବା ବରଗଡ଼ର ଡାକ୍ତର ମୋହନ କହିଛନ୍ତି “ମୁଁ ଦୀପାବଳିରେ ମଧ୍ୟ ଲୋକଙ୍କ ସେବା କରିବାକୁ ମନସ୍ଥ କରିଛି । ଯେତେବେଳେ ମୁଁ ଡାକ୍ତର ହେବାକୁ ଇଚ୍ଛାକଲି, ମୋ ପରିବାର ମୋତେ କହିଥିଲେ ଯେ ମୁଁ ଯଦି ମୋର ଶତ ପ୍ରତିଶତ ଦେଇପାରିବି ତେବେ ମୁଁ ଏହି ବୃତ୍ତି ଗ୍ରହଣ କରିବା ଉଚିତ୍ । ମୁଁ କେବଳ ତାହା ହିଁ କରୁଛି, ଲୋକଙ୍କ ସେବା ହିଁ ମୋର ପ୍ରଥମ କର୍ତ୍ତବ୍ୟ । ସେ ଆହୁରି ମଧ୍ୟ କହିଛନ୍ତି, “ଯୁବ ଡାକ୍ତର ଭାବରେ ଆମର ଜୀବାଣୁ ପ୍ରତିରୋଧ ପାଇଁ ଉତ୍ତମ ପ୍ରତିରକ୍ଷା ଅଛି । ତେଣୁ ଆଗଭର ହୋଇ ନେତୃତ୍ୱ ନେବା ଆମର କର୍ତ୍ତବ୍ୟ। ”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ସମୂହ ଛୁଟି ନିଷ୍ପତ୍ତି ସ୍ଥଗିତ 🔴 ରାଗରେ ଗରଗର ମାଆ, ଭାଙ୍ଗିବେ ନନ୍ଦିଘୋଷ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ସମୂହ ଛୁଟି ନିଷ୍ପତ୍ତି ସ୍ଥଗିତ 🔴 ରାଗରେ ଗରଗର ମାଆ, ଭାଙ୍ଗିବେ ନନ୍ଦିଘୋଷ 🔴 ଆସୁଛି ଆଉ ଏକ ଲଘୁଚାପ