ରାଜ୍ୟପାଳଙ୍କ ହିନ୍ଦୀ ଭାଷଣ, ଗୃହ ପରିତ୍ୟାଗ କଲେ ବିରୋଧୀ

ମେଘାଳୟ (ବଡ଼ ଖବର ବ୍ୟୁରୋ): ରାଜ୍ୟପାଳଙ୍କ ହିନ୍ଦୀ ଭାଷଣକୁ ନେଇ ହଙ୍ଗାମା । ବିଧାନସଭାରେ ରାଜ୍ୟପାଳ ହିନ୍ଦୀରେ ଭାଷଣ ରଖିବାରୁ ଏହାକୁ ବିରୋଧ କରି ଗୃହ ଛାଡି ପଳାଇଲେ ବିରୋଧୀ । ଏଭଳି ଚିତ୍ର ଦେଖିବାକୁ ମିଳିଛି ମେଘାଳୟ ବିଧାନସଭାରେ । ରାଜ୍ୟପାଳ ଫାଗୁ ଚୌହାନ ହିନ୍ଦୀରେ ଭାଷଣ ଦେଇ ଗୃହକୁ ସମ୍ବୋଧିତ କରିଥିଲେ । ଏବଂ ଏହାକୁ ବିରୋଧ କରିଥିଲେ ଭଏସ ଅଫ ଦ ପିପୁଲ ପାର୍ଟିର ବିଧାୟକ । ବିରୋଧ କରି କହିଛନ୍ତି, ହିନ୍ଦୀ ଭାଷାଭାଷୀ ରାଜ୍ୟପାଳଙ୍କୁ ଆମ ପାଖକୁ ପଠାଯାଇଛି, ଆମେ ବୁଝି ପାରୁନୁ ସେ କଣ କହୁଛନ୍ତି ତେଣୁ ଆମେ ଗୃହରୁ ଚାଲିଯାଉଛୁ । ପରେ ଏଥିରେ ହସ୍ତକ୍ଷେପ କରିଥିଲେ ବାଚସ୍ପତି ଥୋମାସ ଏ ସାଙ୍ଗମା ଏବଂ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ।

ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ହସ୍ତକ୍ଷେପ ସତ୍ତ୍ୱେ ବିରୋଧୀ ଗୃହ ପରିତ୍ୟାଗ କରିଥିଲେ । ବିରୋଧୀ କହିଛନ୍ତି, ମେଘାଳୟ ବିଧାନସଭାର ଇଂରାଜୀ ଭାଷା ପ୍ରଚଳିତ ତେଣୁ ରାଜ୍ୟପାଳ ଇଂରାଜୀରେ ଭାଷଣ ଦେବା ଉଚିତ୍ । ଗୃହରୁ ବାହାରିବା ପରେ ଭିପିପି ନେତା କହିଛନ୍ତି, ଆମେ ଏହି ପ୍ରକ୍ରିୟାର ଅଂଶ ହେବାକୁ ଚାହୁଁ ନାହୁଁ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି କହିଛନ୍ତି, ନିୟମ ଅନୁଯାୟୀ, ଲିଖିତ ଭାଷଣ ଗୃହରେ ପ୍ରସାରିତ ହୋଇଛି। ଯେଉଁ ବ୍ୟକ୍ତି ।ଇଂରାଜୀ ବୁଝିପାରିବେ ନାହିଁ, ତେଣୁ ଏକ ଲିଖିତ ଭାଷଣ ପ୍ରସାରିତ ହୁଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’